ରାଜଧାନୀରୁ ୩୦ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ଜଣେ ଯୁବକ

ଭୁବନେଶ୍ୱର,୨୦ା୧୧(ବ୍ୟୁରୋ): ରାଜଧାନୀର ଖଣ୍ଡଗିରି ତପୋବନ ପେଟ୍ରୋଲ ପମ୍ପ ପାଖରୁ ୩୦ ଲକ୍ଷ ଟଙ୍କା ସହ ଜଣେ ଯୁବକ ଧରା ପଡ଼ିଥିବା ସୂଚନା ମିଳିଛି। ଖଣ୍ଡଗିରି ପୋଲିସ ଯୁବକଙ୍କୁ ଧରି ପଚରାଉଚରା କରୁଛି । ଉକ୍ତ ଯୁବକଜଣକ ପାରଳାଖେମୁଣ୍ଡିରୁ ଟଙ୍କା ଆଣିଥିବା ପୋଲିସ ଜାଣିବାକୁ ପାଇଛି। ଏକ ଅଖା ବ୍ୟାଗରେ ଟଙ୍କା ଧରି ବସ୍‌କୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ପୋଲିସ ଧରିଥିଲା।

Share