ରାଜଧାନୀରେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ୟୁନିଟ-୧ ଜିଇଡି ବସ୍ତିରେ ବୁଧବାର ଭୋର ସମୟରେ ଜଣେ ଯୁବକଙ୍କୁ ଗୋଟିଏ ପରିବାରର ମାମୁ, ଭଣଜାଙ୍କ ସମେତ ୪ ଜଣ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ହାଣି ହତ୍ୟା କରିଛନ୍ତି। ମୃତ ଯୁବକ ହେଲେ ସ୍ଥାନୀୟ ଜିଇଡି ବସ୍ତିରେ ରହୁଥିବା ନୟାଗଡ଼ ଜିଲା ରାଜପାଟଣା ଥାନା ଅଞ୍ଚଳର ସୁଶାନ୍ତ ନାୟକ ଓରଫ କାଳିଆ (୩୪)। ସେ ଉଦ୍ୟାନ କୃଷି ବିଭାଗରେ ଚୁକ୍ତିଭିତ୍ତିକ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରୁଥିଲେ। ଆକ୍ରମଣରେ ସୁଶାନ୍ତଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବାରୁ ଘଟଣାସ୍ଥଳ ରକ୍ତରଞ୍ଜିତ ହୋଇଥିଲା। କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ସୁଶାନ୍ତଙ୍କ ମୃତଦେହକୁ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା(ନଂ.୩୨୩/୨୦୨୩) ରୁଜୁକରି ତଦନ୍ତ ଆରମ୍ଭ କରିଛି। ତେବେ ହତ୍ୟାକାଣ୍ଡ ଘଟାଇଥିବା ପରିବାରର ସଦସ୍ୟମାନେ ଘର ଛାଡ଼ି ଫେରାର ହୋଇଯାଇଛନ୍ତି। ପୋଲିସ ଏହି ମାମଲାରେ ସମ୍ପୃକ୍ତ ମାମୁ ସୁଜିତ୍‌ ନାୟକ, ଭଣଜା ବିଶାଲ, ଶଳା ସୁବାସ ପ୍ରମୁଖଙ୍କୁ ଧରିବାକୁ ଖୋଜାଖୋଜି କରୁଛି।
ସୂଚନା ଅନୁଯାୟୀ, ମୃତ ସୁଶାନ୍ତଙ୍କ ନାବାଳିକା ଝିଆରି ଙ୍କୁ ଗତ ଏପ୍ରିଲ ୨୫ରେ ବିଶାଲ୍‌ ଘର ପାଖରେ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପୀଡ଼ିତାଙ୍କ ମା’ଙ୍କ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯିବା ପରେ ପୋଲିସ ୨୬ତାରିଖରେ ବିଶାଲଙ୍କ ନାମରେ ଏକ ମାମଲା (ନଂ.୨୬୨/୨୦୨୩) ରୁଜୁ କରି ତଦନ୍ତ କରିଥିଲା। ପୋଲିସ ବିଶାଲଙ୍କୁ ଧରୁ ନ ଥିବାରୁ ପରିବାର ଲୋକ ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ମଧ୍ୟ ଦ୍ୱାରସ୍ଥ ହୋଇଥିଲେ। ତେବେ ଏହି ଘଟଣାକୁ ନେଇ ପାଖାପାଖି ରହୁଥିବା ଉଭୟ ପରିବାର ମଧ୍ୟରେ ତିକ୍ତତା ଲାଗି ରହୁଥିଲା। ଏପରିକି ମାମଲାର ଆପୋସ ସମାଧାନ କରିବାକୁ ସୁଜିତଙ୍କ ପରିବାର ସୁଶାନ୍ତଙ୍କ ପରିବାର ଉପରେ ଚାପ ପକାଉଥିଲେ। ଅନ୍ୟପକ୍ଷରେ ସୁଜିତଙ୍କ ୧୭ବର୍ଷୀୟା ଝିଅଙ୍କୁ ଗତ ୮ତାରିଖ ରାତି ପ୍ରାୟ ୮ଟା ୩୦ରେ ମୃତ ସୁଶାନ୍ତଙ୍କ ମଝିଆ ଭାଇ ପାପୁନି ଗାଳିଗୁଲଜ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହେବାପରେ ପୋଲିସ ପାପୁନିଙ୍କ ନାମରେ ଏକ ମାମଲା (ନଂ.୨୯୦/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏଭଳିସ୍ଥିତିରେ ସୁଜିତଙ୍କ ପରିବାର ଲୋକ ସୁଶାନ୍ତଙ୍କ ପରିବାର ଲୋକଙ୍କ ଉପରେ ରାଗ ରଖି ଅପରାଧ ଘଟାଇବାକୁ ଯୋଜନା କରିଥିଲେ।
ଭୋର ପ୍ରାୟ ୪ଟା ବେଳେ ବିଏମ୍‌ସି ଅଧୀନ ଜାଗୃତିରେ କାମ କରୁଥିବା ସ୍ତ୍ରୀଙ୍କୁ ସୁଶାନ୍ତ ବାଇକ୍‌ ଯୋଗେ ୟୁନିଟ-୪ ଅଞ୍ଚଳରେ ଛାଡ଼ିବାକୁ ଯାଇଥିଲେ। ସେଠାରୁ ଫେରିବାବେଳେ ଜିଇଡି ବସ୍ତି ରାସ୍ତାରେ ସୁଜିତ ଓ ଅନ୍ୟମାନେ ସୁଶାନ୍ତଙ୍କୁ ଅଟକାଇ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲେ। ଫଳରେ ସୁଶାନ୍ତଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। କିଛି ସମୟ ପରେ ସୁଶାନ୍ତଙ୍କୁ ବଡ଼ ଭାଉଜ ମୃତ ଅବସ୍ଥାରେ ଦେଖି ସମସ୍ତଙ୍କୁ ଡାକିବା ସହ ପୋଲିସକୁ ଖବର ଦିଆଯାଇଥିଲା। ସକାଳେ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଏଥିସହ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ସେଠାରେ ଫିଙ୍ଗର ପ୍ରିଣ୍ଟ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଥିଲା। ଏନେଇ ସୁଶାନ୍ତଙ୍କ ମା’ କହିଛନ୍ତି, ଆମ ପକ୍ଷରୁ ମାମଲା ଦିଆଯିବା ପରେ ପୋଲିସ ଆମ କଥା ଶୁଣି ନ ଥିଲା। ଏହାପରେ ସେମାନେ ମୋ ମଝିଆ ପୁଅ ନାମରେ ମିଛ ମାମଲା କରିଥିଲେ। ପୁଅକୁ ହତ୍ୟା କରିଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସେ ଦାବି କରିଛନ୍ତି।
ଡିସିପି ପ୍ରତୀକ ସିଂ କହିଛନ୍ତି, ସୁଶାନ୍ତଙ୍କୁ ଆକ୍ରମଣ କରିଥିବା ୪ଜଣ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ଧରିବାକୁ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଡିସିପି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ମିଳିବ ୨ ସ୍ବାସ୍ଥ୍ୟ କାର୍ଡ, ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେଶନ, କ’ଣ ଡକ୍ୟୁମେଣ୍ଟ ଆବଶ୍ୟକ

ଭୁବନେଶ୍ୱର,୨୮।୧୦: ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ କାର୍ଡରେ ୨୭...

କେଉଁ ଦିନ ପାଳନ କରିବେ ଦୀପାବଳି, ୩୧ ନା ୧, ଦ୍ୱନ୍ଦରେ ଅଛନ୍ତି କି?

ଭୁବନେଶ୍ୱର,୨୮।୧୦: ପୂର୍ବରୁ ଅନେକ ପର୍ବପର୍ବାଣୀ ଦୁଇଦିନ ପଡ଼ିଥିବାବେଳେ ଏବେ ଦୀପାବଳିକୁ ନେଇ ପୁଣି ଦ୍ବନ୍ଦ୍ବ ଦେଖାଦେଇଛି । ବିଭିନ୍ନ ପାଞ୍ଜିରେ ଏନେଇ ଭିନ୍ନ ଭିନ୍ନ ଦିନ...

ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୨୮।୧୦: ଓଏଏସ୍‌ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର। କ୍ରୀଡା ଓ ଯୁବ ସେବା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନାଙ୍କୁ ମିଶନ ଶକ୍ତି...

ଘଡ଼ଘଡି ସହ ହେବ ପ୍ରବଳ ବର୍ଷା: ୫ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୮।୧୦: ଉପକୂଳବର୍ତ୍ତୀ ଓଡିଶା ଉପରେ ଊର୍ଦ୍ଧ୍ୱ ବାୟୁ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛିି। ଏହି କ୍ରମରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ଏବଂ ଦକ୍ଷିଣ...

ସ୍ଥାୟୀ ନିଯୁକ୍ତି ଦାବିରେ ଧାରଣା ଦେଲେ ପାରାମେଡିକାଲ ଷ୍ଟାଫ୍

ନୂଆଦିଲ୍ଲୀ,୨୮ା୧୦: ପୁଣି ଲୋୟର ପିଏମଜିରେ ଗର୍ଜିଛନ୍ତି ଚୁକ୍ତିଭିତ୍ତିକ ପାରାମେଡିକାଲ ଷ୍ଟାଫ୍। ସ୍ଥାୟୀ ନିଯୁକ୍ତି ସହିତ ବିଭିନ୍ନ ଦାବି ପୁରଣ ପାଇଁ ସୋମବାର ଧାରଣା ଦେଇଛନ୍ତି ଶହଶହ...

ଆଇନ ମନ୍ତ୍ରୀ ଦେଲେ ବଡ଼ ସୂଚନା: ସରକାର ଆଣିବେ ଏକ ନୂଆ ଯୋଜନା, ଏଥିରେ ରହିଛି…

ଭୁବନେଶ୍ୱର,୨୮ା୧୦: ମଠ ମନ୍ଦିର ସୁରକ୍ଷା ପାଇଁ ଏଣିକି ସରକାର ଏକ ନୂଆ ଯୋଜନା ଆଣିବାକୁ ଯାଉଛନ୍ତି। ଏହି ଯୋଜନାର ନାଁ ‘ଦେବାଳୟ ଯୋଜନା’। ନୂଆ ଯୋଜନା...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ପ୍ରତି ରାତିରେ ଭିଣୋଇ ସାଜୁଥିଲେ ସଇତାନ: ଶାଳୀଙ୍କୁ ନିଶା ଦେଇ କରୁଥିଲେ ବଳାତ୍କାର ପରେ…

ଭୁବନେଶ୍ୱର,୨୮।୧୦: ପ୍ରତି ରାତିରେ ଭିଣୋଇ ସାଜୁଥିଲା ନର ରାକ୍ଷାସ। ରାତିରେ ଜାଗ୍ରତ ହେଉଥିଲା ତାଙ୍କର ସଇତାନ ପ୍ରକୃତି। ଶାଳୀଙ୍କ ବିସ୍ବାସରେ ଦେଇ ଚାଲିଥିଲା ବିଷ ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri