ଟ୍ରେନ୍‌ରେ କଟି ଯୁବକଙ୍କ ପ୍ରାଣଗଲା

ଟେନ୍‌ସା,୨୨ା୧୧(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଟେନ୍‌ସା ଫାଣ୍ଡି ଅନ୍ତର୍ଗତ ବରସୁଆଁ ବସ୍‌ଷ୍ଟାଣ୍ଡ ନିକଟରେ ଯାଇଥିବା ରେଲ୍‌ଓ୍ବେ ଟ୍ରାକ୍‌ରେ କଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକଙ୍କ ନାମ ଅଭିରାମ ମୁଣ୍ଡା (୨୭)। ତାଙ୍କ ଘର ଉପର ଖଣ୍ଡାଧାର ନିକଟ ଶାଗପାଳ ଗ୍ରାମରେ। ସେ ଡ୍ରାଇଭର ଭାବେ କାମ କରନ୍ତି। ଗତକାଲି ରାତିରେ କୌଣସି କାରଣ ବଶତଃ ବରସୁଆଁ ବସ୍‌ଷ୍ଟାଣ୍ଡ ନିକଟରେ ଯାଇଥିବା ରେଲ୍‌ଓ୍ବେ ଟ୍ରାକ୍‌ ପାର ହେଉଥିବା ବେଳେ ହଠାତ୍‌ ଏକ ଟ୍ରେନ୍‌ ଆସି ଯିବାରୁ ଟ୍ରାକ୍‌ରେ ପଡ଼ି ଯାଇଥିଲେ। ଫଳରେ ଟ୍ରେନ୍‌ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ଅଭିରାମ କଟି ଖଣ୍ଡ ଖଣ୍ଡ ହୋଇଯାଇଥିଲେ।