Advertisement

ଯୁବକଙ୍କୁ ଗୁଳିମାଡ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ

ବାଲେଶ୍ୱର,୧୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅନ୍ତର୍ଗତ ନିମା ଗ୍ରାମର ଯୁବକଙ୍କୁ ଗୁଳିମାଡ। ଗୁଳିମାଡ଼ରେ ଆହତ ଯୁବକଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ଗୁଳିମାଡ଼ରେ ଆହତ ଯୁବକ ହେଲେ ବସ୍ତା ଥାନା ନିମା ଗ୍ରାମର ବଂଶୀଧର ଜେନାଙ୍କ ପୁଅ ସୁଧାଂଶୁ ଶେଖର ଜେନା(୨୬)। ଏ ସଂପର୍କରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ତେବେ ସୋମବାର ରାତି ୧୧ଟା ସମୟରେ ମୁକୁଳୁସି ଭିଣୋଇ ଘରୁ ସୁଧାଂଶୁ ଓ ତାଙ୍କ ସାନଭାଇ ବାଇକରେ ଘରକୁ ଫେରିବା ବାଟରେ ବସ୍ତା ଥାନା ଚକୁରାଇ ଠାରେ ବାଇକ ଯୋଗେ ତିନି ଜଣ ଦୁର୍ବୃତ୍ତ ଆସି ତାଙ୍କ ବାଇକକୁ ଅଟକାଇ ଥିଲେ। ସାଇଟ ମରାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା l ଦୁର୍ବୃତ୍ତମାନେ ତାଙ୍କ ବାଇକ ଚାବି କାଠି ଛଡ଼ାଇଥିଲେ। ସୁଧାଂଶୁ ପ୍ରତିବାଦ କରିବାରୁ ଦୃର୍ବୁତ୍ତମାନେ ତାଙ୍କ ଗୋଡକୁ ଗୁଳି ମାଡ କରି ଚମ୍ପଟ ମାରିଥିଲେ। ସାନ ଭାଇ ବାଇକରୁ ଓହ୍ଲାଇ ଅନ୍ଧାରରେ ଦୌଡ଼ି ପଳାଇ ଯାଇଥିଲେ। ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି। ଗୁଳିମାଡ କରିଥିବା ଦୁର୍ବୃତ୍ତଙ୍କୁ ଆହତ ଯୁବକ ଚିହ୍ନିଥିବା କହିଛନ୍ତି l

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share