Advertisement

ଏକୁଟିଆ ଥିବା ବେଳେ ଘରେ ପଶି ବିବାହିତା ମହିଳାଙ୍କୁ ବଳାତ୍କାର,ଜେଲ୍‌ ଗଲେ ଯୁବକ

କୋକସରା,୧୮।୧୦(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ଛଞ୍ଚାଣବାହିଲି ପଞ୍ଚାୟତ ପଲସପାଣି ଗ୍ରାମର ଜଣେ ବିବାହିତା ମହିଳାଙ୍କୁ ସେହି ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ ଦୁର୍ଯୋଧନ ଜୁଏଡ଼(୩୫) । ଗତ ୧୬ ତାରିଖ ସକାଳେ ମହିଳା ଘରେ ଏକୁଟିଆ ଥିବା ସୁଯୋଗରେ ଘରେ ପଶି ମହିଳାଙ୍କ ବିରୋଧ ସତ୍ତ୍ୱେ ବଳାତ୍କାର କରିଥିବା ନେଇ ପୀଡିତା ମହିଳା ଉକ୍ତ ଦିନ ସାରେ କୋକସରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ତ୍ୱରିତ ପଦକ୍ଷେପ ନେଇ ଯୁବକକୁ ଗିରଫ କରିବା ସହ ମାମଲାରେ ଦୋଷୀ ସାବ୍ୟସ୍ତ ଥିବା ସ୍ପଷ୍ଟ ପ୍ରମାଣିତ ହେବାପରେ କୋକସରା ଥାନା କେଶ ନମ୍ବର ୨୫୭/୨୨ ରେ ମାମଲା ରୁଜୁକରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ନେଇ ସବ ଇନ୍ସପେକ୍ଟର ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share