କନିଆ ଦେଖିବାକୁ ଯାଇ ଘରକୁ ଫେରିଲେନି ଯୁବକ

ବାରିପଦା ଅଫିସ,୨୬ା୩: କନିଆ ଦେଖିବାକୁ ଯାଇ ନଦୀରେ ବୁଡ଼ିଗଲେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲା ଯଶିପୁର ଜୁଳପୋଶି ଗ୍ରାମରେ। ମୃତକ ଜଣକ ହେଲେ ବାଦାମପାହାଡ଼ ଥାନା ମଝିଗାଁ ଗ୍ରାମର ମାନସ ମହାନ୍ତି। ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ସୂଚନାଯୋଗ୍ୟ, ଶୁକ୍ରବାର ମାନସ ଝିଅ ଦେଖିବା ପାଇଁ ଯଶିପୁରସ୍ଥିତ ଜୁଳପୋଶି ଗ୍ରାମକୁ ଯାଇଥିଲେ। ସେଠାରୁ ଫେରି ଅପରାହ୍ନରେ ରାମତୀର୍ଥରେ ଥିବା କୁମ୍ଭୀର ପ୍ରଜନନ ପ୍ରକଳ୍ପ ବୁଲିବାକୁ ଯାଇ ଖଈରୀ ଭଣ୍ଡନ ନଦୀକୁ ଯାଇଥିଲେ। ଅସାବଧାନତା କାରଣରୁ ଗୋଡ଼ ଖସିଯିବାରୁ ନଦୀରେ ଭାସି ଯାଇ ପ୍ରଖର ଜଳସ୍ରୋତରେ ବୁଡ଼ିଯାଇଥିଲେ। ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚତ୍ ଦମକଳ ବାହିନୀ ଓ ପୋଲିସକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ, ପୋଲିସ ପହଞ୍ଚତ୍ ଦୀର୍ଘ ସମୟ ପରେ ତାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକ ପ୍ରକାଶ ପାଇଛି। ପରିବାର ଲୋକେ ପୁଅକୁ ହରାଇ ଭାଙ୍ଗି ପଡ଼ିଛନ୍ତି।

Share