କେନାଲରୁ  ମିଳିଲା ଯୁବକଙ୍କ ରଶିରେ ବନ୍ଧା ମୃତଦେହ

ଯାଜପୁର,୧।୧୦: ଯାଜପୁର ଜିଲା ବିଞ୍ଝାରପୁର ଥାନା ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରୁ ଯୁବକଙ୍କ ରଶିରେ ବନ୍ଧା ମୃତଦେହ ମିଳିଛି ।   ବିଞ୍ଝାରପୁର ପୋଲିସର ତଦନ୍ତ ଆରମ୍ଭ କରିଛି।
ଖବର ଅନୁଯାୟୀ, ସିଂହପୁର ଖରସ୍ରୋତା ମହାବିଦ୍ୟାଳୟ ପଛ କେନାଲରେ ଜଣେ ଯୁବକ ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା ।
ଏହାପରେ ତୁରନ୍ତ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।
Share