ବୃଦ୍ଧା ବାପାଙ୍କ କାନ୍ଧରେ ଯୁବା ପୁଅର ବୋଝ

ଚଣ୍ଡିଖୋଲ,୧୪ା୨(ଡି.ଏନ.ଏ.):ଯେଉଁ ବୟସରେ ପୁଅ ଖଟି ରୋଜଗାର କରି ନିଜ ପିତାମାତାଙ୍କୁ ପ୍ରତିପୋଷଣ କରିବାର କଥା ସେତେବେଳେ ବୃଦ୍ଧ ବାପାଙ୍କ ଉପରେ ବୋଝ ପାଲଟିଛନ୍ତି ୩୦ବର୍ଷର ପୁଅ ା ଭାଗ୍ୟର ବିଡ଼ମ୍ବନା, ଯେଉଁ ଯନ୍ତ୍ରଣା କି କହିହୁଏ ନାହିଁ କି ସହି ହୁଏ ନାହିଁ। ସେହିଭଳି ଦୁଃଖ ମଧ୍ୟରେ ଗତି କରୁଛନ୍ତି ନକୁଳ ।
ଯାଜପୁର ଜିଲା ବଡ଼ଚଣା ବ୍ଲକ ପାରିଆ ପଞ୍ଚାୟତ ଅନ୍ତର୍ଗତ ବରୁଣିଆ ଗ୍ରାମର ୮୦ ବର୍ଷ ବୟସ୍କ ନକୁଳ ମଲିକଙ୍କ ଏକମାତ୍ର ପୁଅ ଭବାନୀ ଶଙ୍କର ଦିବ୍ୟାଙ୍ଗ ହୋଇଯିବା ପରେ ଏବେ ସେ ତାଙ୍କ ପାଇଁ ବୋଝ ପାଲଟିଛନ୍ତି। ଏବେ ଭବାନୀଙ୍କ ବୟସ ୩୦ବର୍ଷ ା ହେଲେ ସେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ା ଗତ ୧୦ ବର୍ଷ ହେବ ତାଙ୍କ ଗୋଡ଼ ହାତ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ସେ କଥା ବି କହି ପାରୁ ନାହାନ୍ତି । ୮୦ବର୍ଷ ବୟସରେ କାନ୍ଧରେ ପୁଅକୁ ପକାଇ ବାପା ତାଙ୍କ ସେବା କରୁଛନ୍ତି। ସରକାରଙ୍କ ମାଳମାଳ ଯୋଜନା ଲୋକଙ୍କୁ ଉପଲବ୍ଧ ହେଉଥିଲା ବେଳେ ଏ ଦୁର୍ବିସହ, ଧରାଶାୟୀ ଦିବ୍ୟାଙ୍ଗ ଭବାନୀଶଙ୍କରଙ୍କୁ କେବଳ କିଛି ଭତ୍ତାଟଙ୍କା ମିଳୁଥିବା ବେଳେ ଅନ୍ୟ ସମସ୍ତ ସରକାରୀ ସୁବିଧାରୁ ସେ ବଞ୍ଚତ୍ତ ହୋଇଛନ୍ତି ା ପୁଅର ଚିକିତ୍ସା ପାଇଁ ପାଖରେ ପଇସାଟିଏ ନାହିଁ, ଓଳିଏ ଖାଇଲେ, ଆର ଓଳି ଉପାସ। ଅଧିକାଂଶ ଲୋକଙ୍କ ପାଖରେ ଗୁହାରି କରିଛି, ପ୍ରଶାସନ ନିକଟରେ ନିବେଦନ କରିଛି, ହେଲେ କେହି ଶୁଣି ନାହାଁନ୍ତି ବୋଲି କହିଛନ୍ତି ନକୁଳ। ଭଗବାନଙ୍କ ଉପରେ ଆଶା ଭରସା ରଖି ପୁଅକୁ କାନ୍ଧରେ ଧରି ବୋହି ଚାଲିଛନ୍ତି ସେ ା ପୁଅର କେଉଁ ରୋଗ ହୋଇଥିଲା ? କାହିଁକି ଏପରି ଅବସ୍ଥା ହେଲା ସେ ସମ୍ପର୍କରେ ନକୁଳ ଠିକ୍‌ ଭାବେ କହି ପାରୁନାହାଁନ୍ତି। ତାଙ୍କର କହିବା କଥା ସବୁ ଠିକ୍‌ ଥିଲା ା ଯେତେବେଳେ ପୁଅକୁ ୨୦ବର୍ଷ ସେ ଅସୁସ୍ଥ ଅନୁଭବ କରିଥିଲେ ା ଆସ୍ତେ ଆସ୍ତେ ସେ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଲେ। ତାକୁ ଚିକିତ୍ସା ପାଇଁ ମୁଁ ବଡ଼ଚଣା ଓ କଟକ ମେଡ଼ିକାଲ ନେଇଥିଲି ା ହେଲେ ପାଖରେ ପଇସା ନ ଥିବାରୁ ବଡ଼ ମେଡ଼ିକାଲରେ ଚିକିତ୍ସା କରିବା ମୋ ପକ୍ଷେ ସମ୍ଭବପର ହୋଇପାରିଲା ନାହିଁ। ସେଥିପାଇଁ ଘରେ ମୁଁ ତାର ବୋଝ ନିଜ କାନ୍ଧରେ ବୋହି ଚାଲୁଛି। ତୁରନ୍ତ ପୁଅର ଚିକିତ୍ସା ବ୍ୟବସ୍ଥା କରିବା ସହ ଆର୍ଥତ୍କ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ଯାଜପୁର ଜିଲା ପ୍ରଶାସନକୁ ନିବେଦନ କରିଛନ୍ତି।