Categories: ଫୁରସତ

ପ୍ରେମିକଙ୍କଠାରୁ ପ୍ରତିଶୋଧ ନେବା ପାଇଁ ଯୁବତୀ କଲେ ଏମିତି କାମ: ଲୋକେ କରୁଛନ୍ତି ବାଃ ବାଃ

ଆଜିକାଲି ଶାଶ୍ୱତ ପ୍ରେମ ଖୁବ୍‌ କମ ଦେଖିବାକୁ ମିଳୁଛି। ଯଦିଓ କିଛି ଯୁବତୀ/ଯୁବକ ଅଛନ୍ତି, ଯେଉଁମାନେ ନିଜ ପ୍ରେମକୁ ବିବାହ ରୂପ ଦେଉଛନ୍ତି। କିନ୍ତୁ ଅନ୍ୟ କେତେକ ପ୍ରେମ ସମ୍ପର୍କ ଟାଇମ୍‌ପାସ୍‌ ଭଳି ହୋଇଯାଇଛି। ଅନେକ ସମୟରେ ଏପରି ହୋଇଥାଏ, ଯଦି ପ୍ରେମ ସମ୍ପର୍କ ଭାଙ୍ଗିଯାଏ ତେବେ ଯୁବତୀ/ଯୁବକ ଅବସାଦଗ୍ରସ୍ତ ହୋଇଯାଆନ୍ତି। କିଛି ଲୋକ ନିଜ ପୂର୍ବତନ ସାଥୀଙ୍କଠାରୁ ପ୍ରତିଶୋଧ ନେବାକୁ ଚିନ୍ତା କରିବା ଆରମ୍ଭ କରିଦିଅନ୍ତି। ଏହା ସହ ଜଡିତ ଏକ ଘଟଣା ଆଜିକାଲି ଖୁବ ଚର୍ଚ୍ଚାରେ ରହିଛି। ଜଣେ ଯୁବତୀ ନିଆରା ଢଙ୍ଗରେ ନିଜ ପୁରୁଣା ପ୍ରେମିକଙ୍କ ସହ ପ୍ରତିଶୋଧ ନେଇଛନ୍ତି।
୨୯ ବର୍ଷୀୟା ମାଡେଲିନ ସାଲାଜାରଙ୍କ ଅନେକ ପୁଅଙ୍କ ସହ ପ୍ରେମ ସମ୍ପର୍କ ଥିଲା,କିନ୍ତୁ ପ୍ରତିଥର ତାଙ୍କର ବ୍ରେକ୍‌ଅପ୍‌ ହୋଇଯାଉଥିଲା। ପୁଅମାନେ ସେମାନଙ୍କୁ ଛାଡି ଯାଉଥିଲେ । ସେ ଏହି କଥାକୁ ଭୁଲି ପାରି ନ ଥିଲେ ଏବଂ ସୁଯୋଗ ମିଳିବା ପରେ ପ୍ରତିଶୋଧ ନେବାକୁ ଚିନ୍ତା କରିଥିଲେ। କିନ୍ତୁ ଏହି ପ୍ରତିଶୋଧ ଏକ ରକ୍ତାକ୍ତ ପ୍ରତିଶୋଧ ନ ଥିଲା ବରଂ ସେ ପ୍ରତିଶୋଧ ନେବା ପାଇଁ ନିଆରା ଉପାୟ ଖୋଜିଥିଲେ।

ଏଥିପାଇଁ ମେଡେଲିନ ଟେକ୍ନୋଲୋଜିର ସାହାରା ନେଇଥିଲେ। ସେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବ୍ୟବହାର କରିଥିଲେ ଏବଂ ତାଙ୍କ ଫଟୋରେ ଭିନ୍ନ ଭିନ୍ନ ପୁଅ ଯୋଡ଼ିଥିଲେ। ଏହା ବହୁତ ବାସ୍ତବ ଦେଖାଯାଉଥିଲା। ଏକ ଫଟୋରେ ସେ ଜଣେ ପୁଅ ସହ ବସିଥିବାର ଦେଖିବାକୁ ମିଳୁଛି, କେଉଁଠି ପୁଅ କାନ୍ଧରେ ମୁଣ୍ଡ ରଖିଛି ତ ଆଉ କେଉଁଠି ସେ ପୁଅ ସହ ପାର୍ଟି କରୁଥିବାର ନଜର ଆସିଥିଲେ। ବାସ୍ତବତା ହେଉଛି ସେ ସଂପୂର୍ଣ୍ଣ ଏକୁଟିଆ ଥିଲେ। ମାଡେଲିନଙ୍କୁ ଏହି ଉପାୟ ଦେଖି ଲୋକେ ତାଙ୍କୁ ବାଃ ବାଃ କରୁଛନ୍ତି।
ମାଡେଲିନ କହନ୍ତି,ନକଲି ଏଆଇ ବୟଫ୍ରେଣ୍ଡଙ୍କ ସହ ଫଟୋ ଏବଂ ଭିଡିଓ ତିଆରି କରିବାକୁ ତାଙ୍କୁ ଅନେକ ଘଣ୍ଟା ସମୟ ଲାଗିଥାଏ। ଏହାତାଙ୍କ ପୂର୍ବ ପ୍ରେମିକମାନେ ଈର୍ଷା କରିବା ପାଇଁ ଉଦ୍ଦିଷ୍ଟ। ତେବେ ଏହି ନିଆରା କୌଶଳ ମଧ୍ୟ ମାଡେଲିନଙ୍କ ପାଇଁ ଟଙ୍କା ରୋଜଗାର କରିବାର ଏକ ଉପାୟ ହେବାକୁ ଯାଉଛି। କାରଣ ସେ କହନ୍ତି ଯେ, ତାଙ୍କୁ ଅନେକ ଲୋକଙ୍କ ଠାରୁ ଅନୁରୋଧ ମଧ୍ୟ ଆସିଛି, ଯେଉଁମାନେ ନିଜ ପ୍ରେମିକ, ସ୍ବାମୀ କିମ୍ବା ଗର୍ଲଫ୍ରେଣ୍ଡଙ୍କୁ ଈର୍ଷା କରିବା ପାଇଁ ଏପରି ଏଡିଟିଂ ଫଟୋ ତିଆରି କରିବାକୁ ଚାହାଁନ୍ତି।

Share