‘କଭି ଅଲ୍‌ ବିଦା ନା କେହନା’ ମେସେଜ୍‌ ଲେଖି ଜୀବନ ହାରିଲେ ଯୁବତୀ

ବଲାଙ୍ଗୀର ଅଫିସ,୬ା୧୧: ବଲାଙ୍ଗୀର ରେଳଷ୍ଟେଶନ ନିକଟ ଖୁଜେନ ପାଲିି ରେଲଓ୍ବେ ଚେକ୍‌ ଗେଟ୍‌ ରେଳ ଧାରଣାରେ ଜଣେ ଯୁବତୀଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଯୁବତୀ ବଲାଙ୍ଗୀର ସହରର ତାଲପାଲି ପଡ଼ାର ସାରିକା ସାଏ (୩୮)। ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ମୃତ୍ୟୁ ପୂର୍ବରୁ ସେ ନିଜର ଜଣେ ମହିଳା ସାଙ୍ଗକୁ ‘କଭି ଅଲବିଦା ନା କେହନା’ ବୋଲି ଭାବପ୍ରବଣ ମେସେଜ୍‌ ଲେଖି ସୋଲିଆଲ ମିଡିଆରେ ଛାଡ଼ିଛନ୍ତି। ଶନିବାର ବିଳମ୍ବିତ ରାତିରେ ଏହି ମେସେଜ୍‌ ଲେଖିବା ପରେ ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଆତ୍ମହତ୍ୟାସ୍ଥଳ ନିକଟ ରାସ୍ତା କଡ଼ରେ ତାଙ୍କ କାର୍‌ ରହିଛି। ମୃତା ସାରିକା ସହରର ଜଣେ ଜଣାଶୁଣା ଜୀବନ ବୀମା ଏଜେଣ୍ଟ ଥିଲେ। ବଲାଙ୍ଗୀର ରେଳବାଇ ଥାନାଧିକାରୀ ସୁକାନ୍ତ ପ୍ରଧାନ ଓ ଟିମ୍‌ ରବିବାର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଯୁବତୀଙ୍କ ପରିବାର ଲୋକେ ପହଞ୍ଚିବା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି।

Share