Categories: ଫୁରସତ

ପୋଖରୀ ଭିତରେ ଏମିତି ସାଇକେଲ ଚଳାଉଛନ୍ତି ଯୁବତୀ, ଭିଡିଓ ଦେଖିଲେ ହୃଦୟକୁ ଛୁଇଁଯିବ

ବେଲ୍‌ଜିୟମ୍‌ର ବୋକ୍ରିଜ୍‌ ଜେନକ ସାଇକେଲ ଚାଳକଙ୍କ ପାଇଁ ଏକ ଚମତ୍କାର ସ୍ଥାନ। ଏଠାରେ ଏକ ବଡ଼ ପୋଖରୀ ଅଛି, ଯାହାର ମଧ୍ୟଭାଗରେ ଏକ ବାଇକ ଟ୍ରେଲ୍‌ ରହିଛି। ଯାହା ମାଧ୍ୟମରେ ଲୋକମାନେ ଯାତ୍ରା କରନ୍ତି। ଏହି ପୋଖରୀ ଚାରିପାଖରେ ସବୁଜ ଘାସ କ୍ଷେତ ଏବଂ ବଡ଼ ଗଛ ରହିଛି। ଯାହାକି ଏହାକୁ ଅଧିକ ଆକର୍ଷଣୀୟ କରିଥାଏ। ଉପରୁ ନୀଳ ଆକାଶ ଏହି ସ୍ଥାନକୁ ସ୍ବର୍ଗ ପରି ସୁନ୍ଦର କରିଥାଏ। ବର୍ତ୍ତମାନ ଏହି ସ୍ଥାନରେ ଜଣେ ଯୁବତୀ ସାଇକେଲ ଚଳାଇବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

 

ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ @ gunnrosesgirl3 ନାମକ ଏକ ପେଜ୍‌ରେ ଶେୟାର କରାଯାଇଛି। ଯେଉଁଥିରେ ସାଇକେଲ ଚଳାଇବା ସମୟରେ ଯୁବତୀ ଜଣକ ପୋଖରୀ ମଧ୍ୟଭାଗ ଦେଇ କିପରି ଯାଉଛନ୍ତି ତାହା ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ବାଇକ୍‌ ଟ୍ରେଲର ଚାରିପାଖେ ପୋଖରୀର ପରି ଦୃଶ୍ୟମାନ ହେଉଛି। ଏହାର ଚାରିପାଖରେ ଭର୍ତ୍ତି ହୋଇଥିବା ଜଳ ଦୃଶ୍ୟକୁ ଆହୁରି ଚମତ୍କାର କରୁଛି। ଏହି ୧୫ ସେକେଣ୍ଡ ଭିଡିଓ ଆପଣଙ୍କ ହୃଦୟକୁ ଛୁଇଁଯିବ।

ଭିଡିଓଟି ପୋଷ୍ଟ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ଏହାକୁ ୫୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏହା ବ୍ୟତୀତ ବହୁ ସଂଖ୍ୟକ ଲୋକ ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇଛନ୍ତି। ଭିଡିଓରେ ଭ୍ୟୁ, ଲାଇକ୍‌, କମେଣ୍ଟ ଏବଂ ରିପୋଷ୍ଟ ସଂଖ୍ୟା ବଢ଼ିଚାଲିଛି।

ଏହି ବାଇକ ଟ୍ରେଲ୍‌ ୨୦୧୬ରେ ଖୋଲା ଯାଇଥିଲା। ଯାହାର ଲମ୍ବ ୨୧୨ ମିଟର। ପ୍ରତିବର୍ଷ ଲକ୍ଷାଧିକ ଲୋକ ଏହି ବାଇକ ଟ୍ରେଲରେ ସାଇକେଲ ଚଲାଇବାକୁ ଉପଭୋଗ କରନ୍ତି।

Share