ବଲିଉଡର ସୁପରଷ୍ଟାର ଅଭିନେତା ଭାବରେ ସଲମାନ ଖାନଙ୍କୁ ବିବେଚନା କରାଯାଏ। ଫିଲ୍ମ ଫ୍ଲପ ହେଉ କିମ୍ବା ସୁପରହିଟ ହେଉ, ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ସଲମାନଙ୍କ ନାଁ ଅନେକ ବିବାଦ ଯୋଡାଯାଏ। ସେ ହିଟ ଏବଂ ରନ କେସ ଏବଂ କଳା ହରିଣ ହ୍ୟା କେସକୁ ନେଇ ବିବାଦ ଘେରକୁ ଆସିଥିଲେ। ସଲମାନ ଏକ ପାର୍ଟିରେ ଥିବାବେଳେ ତାଙ୍କୁ ଜଣେ ଝିଅ ଚାପୁଡା ମାରିଥିଲେ। ଏହି ମାମଲା ୨୦୦୯ରେ ଘଟିଥିଲା। ସେ ପାର୍ଟିରେ ସଲମାନ ଖାନ, ସୁସ୍ମିତା ସେନ, ସୋହେଲ ଖାନ, ଶିବାନୀ କଶ୍ୟପ, ବିଜୟନ୍ଦର ସିଂ ଥିଲେ। ଦିଲ୍ଲୀରେ ଏକ ପଞ୍ଚତାରକା ହୋଟେଲରେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ସେଠାରେ ଏକ ଫ୍ୟାଶନ ସୋ ମଧ୍ୟ ଆୟୋଜିତ ହୋଇଥିଲା। ଏଥି ସହିତ, ନୂଆଦିଲ୍ଲୀର ଜଣେ ବିଲଡରଙ୍କ ଝିଅ ମୋନିକା ସେହି ବ୍ୟକ୍ତିଗତ ପାର୍ଟିରେ ପ୍ରବେଶ କରିଥିଲେ। ଏହି ସମୟରେ ମୋନିକା କେବଳ ସଲମାନଙ୍କୁ ଚାପୁଡ଼ା ମାରି ନ ଥିଲେ ବରଂ ସୋହେଲ ଏବଂ ସୁସ୍ମିତାଙ୍କ ସମେତ ସମସ୍ତଙ୍କୁ ଦୁର୍ବ୍ୟବହାର କରିଥିଲେ। ସଲମାନ ତାଙ୍କୁ ଭଦ୍ର ଭାବରେ ସେଠାରୁ ଚାଲିଯିବାକୁ କହିଥିଲେ, ହଠାତ୍ ଯୁବତୀ ଜଣଙ୍କ ତାଙ୍କୁ ଚାପୁଡ଼ା ମାରିଥିଲେ। ପରେ ରାଗିବା ପରିବର୍ତ୍ତେ ସଲମାନ ସୁରକ୍ଷାକର୍ମୀଙ୍କୁ କହି ଝିଅଙ୍କୁ ବିଦା କରିଥିଲେ।