Categories: ଫୁରସତ

ମୋତେ କରୋନା ହୋଇଛି କହି ୨୫ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଲେ ଯୁବତୀ, ଆଉ ତା’ ପରେ…

ଆମେରିକାର ଜଣେ ଯୁବତୀଙ୍କୁ ୨ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ମିଳିଛି। କାରଣ ଏହି ଯୁବତୀ ଜଣକ ଏକ ସୁପରମାର୍କେଟ୍‌ରେ ଛିଙ୍କିବା ସହ ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଥିଲେ। ଏହା ପରେ ସେ ଜୋର୍‌ରେ ପାଟି କରି କହିଥିଲେ ମୋତେ କରୋନା ହୋଇଛି। ଏହା ଶୁଣିବା ପରେ ମାର୍କେଟ୍‌ରେ ହଇଚଇ ସୃଷ୍ଟି ହୋଇଥିଲା।

୩୭ ବର୍ଷୀୟ ମାର୍ଗେରିଟ୍‌ ଏନ୍‌ ସିର୍‌କୋ ଏକ ସୁପରମାର୍କେଟରେ ବୁଲୁଥିଲେ। ଏହି ସମୟରେ ତାଙ୍କର ଜୋର୍‌ରେ ଛିଙ୍କ ଆସିଲା। ସେ ଛିଙ୍କିବା ସହ ୨୫ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଉପରେ ଛେପ ପକାଇଲେ। ଏହା ପରେ ସେ ସମସ୍ତଙ୍କୁ ଜଣାଇଥିଲେ କି ତାଙ୍କୁ କରୋନା ହୋଇଛି। ଏହି ଘଟଣା ପୂରା ମାର୍କେଟ ସାରା ପ୍ରଘଟ ହୋଇଗଲା। ପରେ ୩୫ ହଜାର ଡଲାର ଅର୍ଥାତ୍‌ ୨୫ ଲକ୍ଷ ଟଙ୍କାର ଖାଦ୍ୟ ସାମଗ୍ରୀ ଫିଙ୍ଗା ଯାଇଥିଲା। ଏଥିସହ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାର୍ଗେରିଟ୍‌ଙ୍କୁ ଗିରଫ କରିଥିଲା। ୨ ବର୍ଷ ପର୍ଯ୍ୟନ୍ତ ସେ ଜେଲ୍‌ରେ ରହିବେ।

Share