Categories: ଫୁରସତ

ବିଶ୍ୱସ୍ତ ଜୀବନସାଥୀ ପାଇଁ ସାନ୍ତାଙ୍କୁ ଯୁବତୀଙ୍କ ଚିଠି

ବ୍ରାସିଲିଆ: ଡିସେମ୍ବର ମାସ ଆସିବା ପୂର୍ବରୁ ବହୁ ଲୋକ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି କରିଦିଅନ୍ତି। ପୂର୍ବରୁ ଭାରତରେ ଖ୍ରୀଷ୍ଟମାସ ପାଳନ କରାଯାଉ ନ ଥିଲା। ହେଲେ ଲୋକେ ଏବେ ଏହାକୁ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି। ପିଲାମାନେ ଢେର୍‌ସାରା ଉପହାର ପାଇବାକୁ ଏହି ଦିନକୁ ଅପେକ୍ଷା କରିଥାନ୍ତି। ସାନ୍ତା ପିଲାଙ୍କୁ ମଧ୍ୟ ଅନେକ ଉପହାର ଦେଇଥାନ୍ତି। ତେବେ ଏହି ଖ୍ରୀଷ୍ଟମାସ ଆଗରୁ ବ୍ରାଜିଲର ମଣ୍ଡଲ ଲାରିସା ସମ୍ପତ୍ତି ନାମ୍ନୀ ଜଣେ ଯୁବତୀ ସୋସିଆଲ ମିଡିଆରେ ସାନ୍ତାଙ୍କୁ ନିଜ ପାଇଁ ଜଣେ ବିଶ୍ୱସ୍ତ ଜୀବନସାଥୀ ଉପହାର ମାଗିଛନ୍ତି। ଲାରିସା ଚଳିତବର୍ଷ ମିସ୍‌ ବମ୍‌ବମ୍‌ ପ୍ରତିଯୋଗିତା ଜିତିଛନ୍ତି। ହେଲେ ସେ ତାଙ୍କର ଏହି ସଫଳତାକୁ ଜୀବନରେ ଭଲଭାବେ ବ୍ୟବହାର କରିପାରିନାହାନ୍ତି। କିଛି ଦିନ ପୂର୍ବରୁ ଲାରିସାଙ୍କ ଛାଡ଼ପତ୍ର ହୋଇଛି। ଏହି କାରଣରୁ ସେ ବର୍ଷେ ମଧ୍ୟରେ ଭାଙ୍ଗି ପଡ଼ିଛନ୍ତି। ଏହି ମଉକାରେ ମଧ୍ୟ ସେ ଏକ ପାର୍ଟିର ଆୟୋଜନ କରିଥିଲେ। ସେଥିରେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। ତେବେ ଗତ ଜୀବନରୁ ବାହାରି ନୂତନ ଜୀବନ ଆରମ୍ଭ କରିବାକୁ ଇଚ୍ଛା କରିଛନ୍ତି। ୨୪ ବର୍ଷୀୟା ଲାରିସା କହିଛନ୍ତି, ଏବେ ଇମୋଶନ ଥିବା ଜୀବନସାଥୀ ଖୋଜିବା କଷ୍ଟକର। ସେ ନିଜ ପାଇଁ ସମସ୍ତ ଗୁଣ ଥିବା ଏକ ଜୀବନସାଥୀର ଲିଷ୍ଟ ଏକ ମଲ୍‌ରେ ସାନ୍ତାଙ୍କୁ ଭେଟି ଦେଇଛନ୍ତି।

Share