Categories: ଫୁରସତ

ଶୋଇବା ବେଳେ ଜିନ୍ସରେ ପଶିଗଲା ସାପ: ୭ ଘଣ୍ଟା କାଳ ଖୁଣ୍ଟକୁ ଧରି ଛିଡ଼ା ହୋଇ ରହିଲେ ଏହି ବ୍ୟକ୍ତି, ଆଉ ତା’ ପରେ..

ସାପ ସହ ୭ଘଣ୍ଟା। କଥାଟି ଯେତିକି ଭୟଙ୍କର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ। ପିନ୍ଧିଥିବା ଜିନ୍ସରେ ପଶିଥିବା ସାପକୁ ନେଇ ଉତ୍ତରପ୍ରଦେଶ ମିର୍ଜାପୁର ଜିଲା ସିକନ୍ଦରପୁର ଗ୍ରାମର ଜଣେ ବ୍ୟକ୍ତି ରାତି ତମାମ ଏକ ଖୁଣ୍ଟକୁ ଧରି ଛିଡ଼ା ହୋଇ ରହିଥିଲେ। ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଉକ୍ତ ଗାଁରେ ଥିବା ଏକ ଅଙ୍ଗନଓ୍ବାଡି କେନ୍ଦ୍ର ଅଞ୍ଚଳରେ ବିଦ୍ୟୁତ ବିଭାଗ ପକ୍ଷରୁ କାମ କରାଯାଉଥିଲା। ବିଦ୍ୟୁତ୍‌ ଖୁଣ୍ଟ ମରାମତି କରିବାକୁ କିଛି ଶ୍ରମିକ ଯାଇଥିଲେ। ସେଠାରେ ରାତିରେ ଖାଇ ବିଶ୍ରାମ କରିଥିଲେ। ହେଲେ ଏହି ସମୟରେ ଲବଲେଶ କୁମାରଙ୍କ ଶାର୍ଟ ଦେଇ ଏକ ବିଷଧର ସାପ ଜିନ୍ସ ପ୍ୟାଣ୍ଟ ଭିତରକୁ ପଶି ଯାଇଥିଲା। ନିଦରୁ ଉଠିବା ପରେ ତାଙ୍କ ହୋସ୍‌ ଉଡିଯାଇଥିଲା। ସେ ରାତି ୧୨ଟାରୁ ସକାଳ ୭ଟା ଯାଏ ଖମ୍ବକୁ ଧରି ଛିଡ଼ା ହୋଇ ରହିଥିଲେ। ଟିକିଏ ହଲଚଲ ହେଲେ ସାପଟି ଉଠିପଡ଼ି ତାଙ୍କୁ ଆକ୍ରମଣ କରିବ ବୋଲି ସେ ଭାବିଥିଲେ। ସକାଳ ହେବା ପରେ ସ୍ଥାନୀୟ ଲୋକେ ଏକ ସାପ ଧରୁଥିବା ବ୍ୟକ୍ତିଙ୍କୁ ଡାକି ପ୍ୟାଣ୍ଟରୁ ବାହାର କରିଥିଲେ। ଏହା ପରେ ଯୁବକ ଜୀବନ ବଞ୍ଚିଲା ବୋଲି ଭାବିଥିଲେ।

Share