Categories: ଫୁରସତ

ଗାଈ-ମଇଁଷି ଭଳି ଚାରିଗୋଡରେ ଚାଲନ୍ତି ଏହି ପରିବାରର ଲୋକେ, ବୈଜ୍ଞାନିକ ବି ଚକିତ…

ଦୁନିଆ ରହସ୍ୟରେ ଭରପୂର। ଅନେକ ସମୟରେ କିଛି ରହସ୍ୟମୟ ଘଟଣା ଉପରୁ ପରଦା ଉଠେ, ଯାହାକୁ ବିଶ୍ୱାସ କରିବା କଷ୍ଟକର ହୁଏ। ଆମେ ସେଭଳି ଏକ ରହସ୍ୟମୟ ପରିବାର ବିଷୟରେ କଥା ହେବାକୁ ଯାଉଛୁ। ଉକ୍ତ ପରିବାରର ସମସ୍ତ ସଦସ୍ୟ ଗୋରୁ ଗାଈ ଭଳି ଚାରିଗୋଡରେ ଚାଲନ୍ତି। ସିମ୍ପାଞ୍ଜି ଭଳି ବ୍ୟବହାର କରନ୍ତି। ଅବିଶ୍ୱାସ ଲାଗିଲେ ବି କଥାଟି ସତ। ଉଲାସ ଫ୍ୟାମିଲି ଭାବେ ପରିଚିତ ଏହି ପରିବାର ତୁର୍କିର ବାସିନ୍ଦା। ଏହି ପରିବାର ବିଷୟରେ ଜଣାପଡ଼ିବା ପରେ ବୈଜ୍ଞାନିକମାନେ ମଧ୍ୟ ଚକିତ ହୋଇଯାଇଛନ୍ତି।


ଗବେଷଣା ପରେ ଜଣାପଡ଼ିଛି ଯେ, ଏହି ପରିବାର ସଦସ୍ୟଙ୍କ ସାଧାରଣ ମନୁଷ୍ୟଠାରୁ ବହୁତ ଅଲଗା। ଏମାନଙ୍କ ମସ୍ତିଷ୍କର ଏକ ଭାଗ ଜାକିଜୁକି ହୋଇଛି। ସମସ୍ତଙ୍କ କଙ୍କାଳ ମାଙ୍କଡ ଭଳି। ଏମାନେ ବିଶେଷଭାବେ ହାତ ସାହାଯ୍ୟରେ ଚଲାବୁଲା କରନ୍ତି। ୨୦୦୬ରେ ଏହି ପରିବାର ଉପରେ ଏକ ପ୍ରାମାଣିକ ଚଳଚ୍ଚିତ୍ର କରାଯିବା ପରେ ଏହି ରହସ୍ୟ ଉପରୁ ପରଦା ଉଠିଥିଲା।

Share