Aadhaar Biometric: ଆଧାର ତଥ୍ୟକୁ ସୁରକ୍ଷିତ ରଖିବା ପାଇଁ ବାୟୋମେଟ୍ରିକ ଲକ-ଅନଲକ କରିବାର ସହଜ ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୨୩।୧ : ଆଧାର କାର୍ଡ ପ୍ରତି ଲୋକଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଏଥିରେ ଜଣଙ୍କର ପ୍ରତ୍ୟେକ ତଥ୍ୟ ଅଛି। ଦେଶ ବୈଷୟିକ କ୍ଷେତ୍ରରେ ଯେତେ ବିକାଶ କରୁଛି, ବିପଦ ମଧ୍ୟ ସେତିକି ବଢୁଛି। ହ୍ୟାକରମାନେ ସର୍ବଦା ନୂଆ ଉପାୟରେ ଠକେଇ କରିବାକୁ ଚେଷ୍ଟା କରନ୍ତି। ଠକେଇକୁ ଏଡାଇବା ପାଇଁ, କିପରି ଆଧାରକୁ ସୁରକ୍ଷିତ ରଖିହେବ ତାହା ଜାଣିବା ଉଚିତ।

ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ବାୟୋମେଟ୍ରିକ ପ୍ରାମାଣିକିକରଣକୁ ଲକ କରିବା ପାଇଁ ସୁବିଧା ଯୋଗାଇଥାଏ। ଫଳରେ ଯେ ପର୍ଯ୍ୟନ୍ତ ଜଣେ ନିଜର ଫିଙ୍ଗର ପ୍ରିଣ୍ଟ ଏବଂ ଆଇରିସ ସ୍କାନ ନ କରନ୍ତି ଏହା ବୈଧ ହୋଇ ନ ଥାଏ।

ବାୟୋମେଟ୍ରିକ ଲକିଂ / ଅନଲକ ହେଉଛି ଏକ ସୁବିଧା ଯାହା ଆଧାର କାର୍ଡ ଧାରକକୁ ତାଙ୍କ ବାୟୋମେଟ୍ରିକ ଲକ ଅନଲକ ଏବଂ ଯେକୌଣସି ସମୟରେ କରିବାକୁ ଅନୁମତି ଦେଇଥାଏ । ଏହି କୈଶିଷ୍ଟ୍ୟର ଉଦ୍ଦେଶ୍ୟ ହେଉଛି ବାୟୋମେଟ୍ରିକ ତଥ୍ୟର ଗୋପନୀୟତା ବଜାୟ ରଖିବା ।

ବାୟୋମେଟ୍ରିକ ଲକିଂକୁ ସକ୍ରିୟ କରିବାକୁ, ସର୍ବପ୍ରଥମେ ଆଙ୍ଗୁଠି ଛାପ, ଆପଣଙ୍କ ଆଇରିସ କିମ୍ବା ମୁହଁକୁ ସ୍କାନ କରିବାକୁ ପଡିବ। ଥରେ ଏହା ହୋଇଗଲେ, ଆଧାର ଧାରକ ଆଧାର ପ୍ରାମାଣିକି କରଣ ପାଇଁ ଏହି ବାୟୋମେଟ୍ରିକ ମୋଡାଲିଟି ବ୍ୟବହାର କରିପାରିବେ ନାହିଁ। ଫଳରୋ ବାୟୋମେଟ୍ରିକ ପ୍ରକ୍ରିୟା ସରିବା ପରେ କୌଣସି ସଂସ୍ଥା ଏହାର ଗୋପନୀୟତାକୁ କୌଣସି ପ୍ରକାରେ ଭାଙ୍ଗି ପାରିବେ ନାହିଁ ।

ବାୟୋମେଟ୍ରିକ ଲକିଂ ସିଷ୍ଟମକୁ ସକ୍ରିୟ କରିବା ପାଇଁ ଏଥିରେ ଆଧାର ସଂଯୋଗ ନ ହେବା ପର୍ଯ୍ୟନ୍ତ ଏହା ଲକ ହୋଇ ରହିଥାଏ। ସର୍ବପ୍ରଥମେ, ୟୁଆଇଡିଏଆଇର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ, ଏହା ପରେ ଆଧାର ଲକ-ଅନଲକ ଉପରେ କ୍ଲିକ କରନ୍ତୁ ଏବଂ ଆପଣଙ୍କର ଆଧାର ନମ୍ବର ପ୍ରବେଶ କରନ୍ତୁ ଏବଂ ଆପଣଙ୍କ ଫୋନରେ ଆସୁଥିବା ଓଟିପି ମଧ୍ୟ ପ୍ରବେଶ କରନ୍ତୁ। ଏହା ପରେ ବାୟୋମେଟ୍ରିକ ଲକ ସକ୍ଷମ କରି ୪ ଅଙ୍କ ବିଶିଷ୍ଟ ନମ୍ବର ସେଭ କରନ୍ତୁ। ଏହା ବାୟୋମେଟ୍ରିକକୁ ଲକ କରିବ।

ସ୍ମାର୍ଟଫୋନରେ ଡାଉନଲୋଡ ହୋଇଥିବା ଆଧାର ଆପ ଖୋଲନ୍ତୁ ଏବଂ ଆପଣଙ୍କର ପ୍ରୋଫାଇଲକୁ ଯାଆନ୍ତୁ, ସେଠାରେ ୩ ଟି ବିନ୍ଦୁ ଦେଖାଯିବ, ତଳକୁ ସ୍କ୍ରୋଲ କରନ୍ତୁ ଏବଂ ତଳକୁ ଯାଆନ୍ତୁ । ସେଠାରେ ଏକ ବିକଳ୍ପ ରହିଛି ଯେଉଁଥିରେ ବାୟୋମେଟ୍ରିକ ଲକ ଲେଖା ହୋଇଥିବ। ଏହି ଲକ ସକ୍ଷମ କରିବାକୁ ଆପଣଙ୍କର ପିନ୍‌ ଏଣ୍ଟ୍ରି କରନ୍ତୁ। ଏହା ବାୟୋମେଟ୍ରିକକୁ ଖୋଲିବ। ଏହି ଉପାୟରେ ଆପଣ ସହଜରେ ଆଧାର ଉପରେ ବାୟୋମେଟ୍ରିକ ଲକ ରଖିପାରିବେ। ଯଦି ଆପଣ ଏହି ପ୍ରକ୍ରିୟାରେ କୌଣସି ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ନିକଟତମ କେନ୍ଦ୍ରକୁ ଯାଇ ଅଧିକ ସୂଚନା ପାଇପାରିବେ।

Share