ବୁଲା କୁକୁରଙ୍କ ପାଇଁ ଆଧାର କାର୍ଡ…

ମୁମ୍ବାଇ,୧୬।୭ : ମୁମ୍ବାଇର ବିମାନବନ୍ଦର ବାହାରେ ରହୁଥିବା ୨୦ ବୁଲା କୁକୁରଙ୍କୁ ପରିଚୟ ପ୍ରଦାନ କରାଯାଇଛି। ସେମାନଙ୍କୁ ’ଆଧାର’ କାର୍ଡ ଦିଆଯାଇଛି। ଯେଉଁଥିରେ କ୍ୟୁାର କୋଡ ରହିଛି। ଏହାକୁ ସ୍କାନ କଲେ କୁକୁରମାନଙ୍କ ବିଷୟରେ ତଥ୍ୟ ଯେଭଳିକି ସେମାନଙ୍କ ନାମ, ସେମାନଙ୍କ ଫିଡରର ଯୋଗାଯୋଗ ବିବରଣୀ, ଟିକାକରଣ ରେକର୍ଡ ଆଦି ମିଳିବ।

ଉତ୍ସାହ ସହିତ, ଏକ ଦଳ କୁକୁରମାନଙ୍କ ବେକରେ ଯତ୍ନର ସହିତ ପରିଚୟ ପତ୍ର ବାନ୍ଧିଛନ୍ତି। ଏହି ଅବସରରେ ବିଏମସି (ବ୍ରିହାନମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେଶନ) ସାହାରାର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ବାହାରେ ବୁଲା କୁକୁରଙ୍କ ଟିକାକରଣ କରିଛି।
‘ପାଓ୍ବ ଫ୍ରେଣ୍ଡ ଡଟ ଇନ ’ନାମକ ଏକ ପଦକ୍ଷେପ ମାଧ୍ୟମରେ ଅସିଓନର ଜଣେ ଇଞ୍ଜିନିୟର ଅକ୍ଷୟ ରିଡଲାନ ଏଭଳି କରିଛନ୍ତି।

ବାନ୍ଦ୍ରା ବାସିନ୍ଦା ସୋନିଆ ଶେଲାର, ଯିଏ ବିମାନ ବନ୍ଦର ବାହାରେ ଥିବା ୩୦୦ ବୁଲା କୁକୁରଙ୍କୁ ପ୍ରତି ଦିନ ଖାଇବାକୁ ଦିଅନ୍ତି।

ବିଏମସିର ପ୍ରାଣୀ ଚିକିତ୍ସା ସ୍ବାସ୍ଥ୍ୟ ସେବାର ମୁଖ୍ୟ ଡ. କଲିମ ପଠାନ ନିଶ୍ଚିତ କରିଛନ୍ତି କୁକୁରମାନଙ୍କର ଟିକାକରଣ କରାଯାଇଛି ଏବଂ ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି।

Share