Posted inଜାତୀୟ

ସରକାରଙ୍କ ବଡ଼ ଘୋଷଣା: ଏନ୍‌ଆର୍‌ସି ନମ୍ବର ନ ଦେଲେ ତିଆରି ହେବନି ଆଧାରକାର୍ଡ, ଏହିଦିନଠାରୁ ହେବ ଲାଗୁ…

ଦିଶପୁର,୮ା୯: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ନେତୃତ୍ୱରେ ରାଜ୍ୟ ସରକାର ଆଧାରକାର୍ଡ ତିଆରି କରିବାରେ ଆହୁରି କଠୋର ହୋଇଛନ୍ତି। ବର୍ତ୍ତମାନ ଆଧାରକାର୍ଡ ତିଆରି କରିବାକୁ ଆବେଦନକାରୀଙ୍କୁ ଏନ୍‌ଆର୍‌ସି (No remarks Certificate) ଆବେଦନ ରସିଦ ନମ୍ବର (ଏଆର୍‌ଏନ୍‌) ଦାଖଲ କରିବାକୁ ପଡ଼ିବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥିପାଇଁ ଏକ ବିସ୍ତୃତ ମାନକ ଅପରେଟିଂ ପଦ୍ଧତି (ଏସ୍‌ଓପି) ପ୍ରସ୍ତୁତ ହେବ ଏବଂ ଏହା ୧ ଅକ୍ଟୋବର ୨୦୨୪ରୁ କାର୍ଯ୍ୟକାରୀ ହେବ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସର ଆବେଦନ ରସିଦ ନମ୍ବର ଦାଖଲ କରିବା ବେଆଇନ ବିଦେଶୀଙ୍କ ପ୍ରବାହକୁ ବନ୍ଦ କରିବ ଏବଂ ଆଧାରକାର୍ଡ ପ୍ରଦାନରେ ରାଜ୍ୟ ସରକାର କଡ଼ା କାର୍ଯ୍ୟ କରିବେ। ଆଧାରକାର୍ଡ ପାଇଁ ଆବେଦନ ଜନସଂଖ୍ୟା ତୁଳନାରେ ବହୁତ ଅଧିକ, ଯାହା ଦର୍ଶାଏ ଯେ, ରାଜ୍ୟରେ ସନ୍ଦେହଜନକ ନାଗରିକ ଅଛନ୍ତି। ସେଥିପାଇଁ ଆସାମ ସରକାରଙ୍କୁ ଆଧାରକାର୍ଡ ପାଇଁ ଏନ୍‌ଆର୍‌ସି ଆବେଦନ ରସିଦ ନମ୍ବର ଦାଖଲ କରିବାକୁ ପଡ଼ିବ।

ଆସାମର କେତେକ ନିର୍ଦ୍ଦିଷ୍ଟ ଜିଲାରେ ଜନସଂଖ୍ୟା ଅପେକ୍ଷା ଆଧାରକାର୍ଡ ପାଇଁ ଅଧିକ ଲୋକ ଆବେଦନ କରିଥିଲେ। ସେଥିପାଇଁ ଯେଉଁମାନଙ୍କର ଏନ୍‌ଆର୍‌ସି ନମ୍ବର ଅଛି, ସେମାନଙ୍କୁ ଆଧାରକାର୍ଡ ଦିଆଯିବ, ଯାହା ଦ୍ୱାରା ଅନୁପ୍ରବେଶକାରୀମାନେ ନାଗରିକତ୍ୱ ପାଇବେ ନାହିଁ।

ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ବର୍ତ୍ତମାନ ଆସାମରେ ଆଧାରକାର୍ଡ ପାଇବା ସହଜ ହେବ ନାହିଁ। ଆଧାରକାର୍ଡ ପ୍ରଦାନରେ ଅନ୍ୟ ରାଜ୍ୟ ମଧ୍ୟ କଡ଼ା କାର୍ଯ୍ୟ କରିବେ ବୋଲି ଆଶା କରାଯାଉଛି। ୯.୫୫ ଲକ୍ଷ ଲୋକଙ୍କ ପାଇଁ ଏନ୍‌ଆର୍‌ସି ଆବେଦନ ରସିଦ ନମ୍ବର (ଏଆର୍‌ଏନ୍‌) ଦାଖଲ ହେବ ନାହିଁ, ଯାହାର ବାୟୋମେଟ୍ରିକ୍ସ ଏନ୍‌ଆର୍‌ସି ପ୍ରକ୍ରିୟା ସମୟରେ କରାଯାଇଥିଲା। ସେହିମାନେ ସେମାନଙ୍କ କାର୍ଡ ପାଇବେ। ଚା’ ଚାଷ କ୍ଷେତ୍ରରେ ମଧ୍ୟ ଏହି ପ୍ରକ୍ରିୟା ପ୍ରଯୁଜ୍ୟ ହେବ ନାହିଁ କାରଣ ପର୍ଯ୍ୟାପ୍ତ ବାୟୋମେଟ୍ରିକ ମେଶିନ ଉପଲବ୍ଧ ନ ହେବା ଭଳି କିଛି ଅସୁବିଧା ହେତୁ ସେଠାରେ ଥିବା ଲୋକମାନେ ଆଧାର କାର୍ଡ ପାଇନାହାନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟର ଏପରି ଚାରୋଟି ଜିଲା ଅଛି, ଯେଉଁଠାରୁ ଆନୁମାନିକ ଜନସଂଖ୍ୟା ଅପେକ୍ଷା ଆଧାରକାର୍ଡ ପାଇଁ ଅଧିକ ଆବେଦନ ଆସିଛି। ଏହି ୪ ଜିଲାରେ ବାରପେଟାରେ ୧୦୩.୭୪ ପ୍ରତିଶତ, ଧୁବ୍ରିରେ ୧୦୩ ପ୍ରତିଶତ, ଉଭୟ ମୋରିଗାଓଁ ଏବଂ ନାଗାଓଁରେ ୧୦୧ ପ୍ରତିଶତ ଆବେଦନ ରହିଛି। କୌଣସି ବ୍ୟକ୍ତିଙ୍କୁ ଆଧାର କାର୍ଡ ଦିଆଯାଇପାରିବ କି ନାହିଁ ତାହା ସ୍ଥିର କରିବାକୁ କେନ୍ଦ୍ର ରାଜ୍ୟ ସରକାରଙ୍କୁ ଅଧିକାର ପ୍ରଦାନ କରିଛି। ଏଭଳି ପରିସ୍ଥିତିରେ ଆସାମ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ନୂତନ ଆବେଦନକାରୀଙ୍କୁ ଆଧାରକାର୍ଡ ପ୍ରଦାନ କରାଯିବ ଯେତେବେଳେ ସମ୍ପୃକ୍ତ ଜିଲା କମିଶନରଙ୍କ ଦ୍ୱାରା ଏନ୍‌ଓସି ପ୍ରଦାନ କରାଯିବ। ଏହି ସାର୍ଟିଫିକେଟ ମଧ୍ୟ ଅତି ନିକଟରୁ ଯାଞ୍ଚ କରାଯିବ। ଯଦି ଆବେଦନକାରୀଙ୍କ ପାଖରେ ଏନ୍‌ଆର୍‌ସି ଥାଏ, ଏହା ସ୍ପଷ୍ଟ ହୋଇଯାଏ ଯେ; ସେ ୨୦୧୪ ପୂର୍ବରୁ ରାଜ୍ୟରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେଜ୍‌ରିଓ୍ବାଲଙ୍କ ବିରୋଧରେ ଚାଲିବ ଆଇନଗତ ମକଦ୍ଦମା

ନୂଆଦିଲ୍ଲୀ, ୨୨।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଝଟକା ଲାଗିଛି। ତଥାକଥିତ ଅବକାରୀ ଦୁର୍ନୀତି ମାମଲାରେ...

ଓଡ଼ିଶାରେ ୫୫୯ ବର୍ଗ କି.ମି. ଜଙ୍ଗଲ ବଢ଼ିଛି

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ୨୦୨୧ରୁ ୨୦୨୩ ମଧ୍ୟରେ ସାରା ଭାରତର ୧,୪୪୫ ବର୍ଗ କି.ମି. ଅଞ୍ଚଳରେ ଜଙ୍ଗଲ ବଢ଼ିଛି, ଯାହାକି ଦେଶର ମୋଟ ଭୌଗୋଳିକ କ୍ଷେତ୍ରର ୨୫.୧୭%। ଏଥିରୁ...

ଭୋଟରଙ୍କୁ ନିର୍ବାଚନର ଇଲେକ୍ଟ୍ରୋନିକ୍‌ ଯାଞ୍ଚ ମନା

ନୂଆଦିଲ୍ଲୀ,୨୨ା୧୨(ପି.ଟି.): ନିର୍ବାଚନରେ ପ୍ରାର୍ଥୀମାନେ କରୁଥିବା ଦୁରୁପଯୋଗକୁ ରୋକିବା ନିମନ୍ତେ ସିସିଟିଭି କ୍ୟାମେରା, ଓ୍ବେବ୍‌କାଷ୍ଟିଂ ଫୁଟେଜ୍‌ ସହ ଭିଡିଓ ରେକର୍ଡିଂ ଆଦି ଇଲେକ୍ଟ୍ରୋନିକ୍‌ ରେକର୍ଡଗୁଡ଼ିକୁ ଜନସାଧାରଣ ଆଉ...

ଭୁଶୁଡ଼ିଲା ବହୁତଳ ବିଲ୍ଡିଂ: ଅନେକ ଫସିଥିବା ଆଶଙ୍କା

ଚଣ୍ଡିଗଡ଼,୨୧ା୧୨: ପଞ୍ଜାବର ମୋହାଲି ଜିଲାର ସୋହାନା ଗ୍ରାମରେ ଏକ ବହୁତଳ ବିଲ୍ଡିଂ ଶନିବାର ଭୁଶୁଡ଼ି ପଡ଼ିଛି। ଭଗ୍ନାବଶେଷ ତଳେ ଅନେକ ଫସିରହିଥିବା ଆଶଙ୍କା କରାଯାଉଥିବା ବେଳେ...

ଭକ୍ତଙ୍କୁ ଆଇ ଫୋନ୍‌ ଫେରାଇବାକୁ ମନାକଲା କନ୍ଦସ୍ବାମୀ ମନ୍ଦିର ପ୍ରଶାସନ

ଚେନ୍ନାଇ, ୨୧।୧୨: ତାମିଲନାଡ଼ୁର ଚେନ୍ନାଇ ଉପକଣ୍ଠ ଥିରୁପୋରୁରସ୍ଥିତ ଅରୁଲ୍‌ମିଗୁ କନ୍ଦସ୍ବାମୀ ମନ୍ଦିରରୁ ଏକ ଅଜବ ଘଟଣା ସାମ୍‌ନାକୁ ଆସିଛି। ବିନାୟଗପୁରମ ନିବାସୀ ଦୀନେଶ ଗତ ମାସରେ...

ଭାରତରେ ଜଙ୍ଗଲ ୨୫.୧୭%କୁ ବୃଦ୍ଧି, ପ୍ରଥମ ତିନି ରାଜ୍ୟରେ ଓଡ଼ିଶା

ନୂଆଦିଲ୍ଲୀ,୨୧ା୧୨: ଭାରତରେ ମୋଟ ଜଙ୍ଗଲ ଏବଂ ବୃକ୍ଷଲତା ଥିବା ଜମି ପରିମାଣ ୨୦୨୩ରେ ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତକୁ ବୃଦ୍ଧି ପାଇଛି। ୨୦୨୧ ପରେ...

ବାଜି ମାରିନେଲା ଭାଜପା: ଫଡ୍‌ନବିସ୍‌ ରଖିଲେ ବଡ ବିଭାଗ, ଅଜିତଙ୍କୁ ଅର୍ଥ, ଶିନ୍ଦେଙ୍କୁ ସହରାଞ୍ଚଳ ବିକାଶ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଶନିବାର ତାଙ୍କ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ ବିଭାଗ ସହ ଆଇନ...

ଅତୁଲ ସୁଭାଷଙ୍କର ଥିଲେ ୩ ଗର୍ଲଫ୍ରେଣ୍ଡ? ସ୍ତ୍ରୀଙ୍କ ଅଭିଯୋଗକୁ ନେଇ ଭାଇ କହିଲେ…

ବେଙ୍ଗାଲୁରୁ,୨୧।୧୨: ଅତୁଲ ସୁଭାଷଙ୍କ ମୃତ୍ୟୁ ମାମଲା ନୂଆ ନୂଆ ରୂପ ନେଉଛି। ପୋଲିସ ପଚରାଉଚରା ବେଳେ ମୃତ ଅତୁଲଙ୍କ ଚରିତ୍ର ବିରୋଧରେ ଅତୁଲ ସୁଭାଷଙ୍କ ଅଭିଯୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri