Advertisement

ରାଜ୍ୟରେ ଲାଗୁ ହେବ ଆଧାର ସଂଯୋଗ ‘ଲର୍ନର ଲାଇସେନ୍ସ’ ବ୍ୟବସ୍ଥା

ଭୁବନେଶ୍ୱର,୧୪।୧୨(ବ୍ୟୁରୋ): ରାଜ୍ୟରେ ଆଧାର ସଂଯୋଗ ଲର୍ନର ଲାଇସେନ୍ସ ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏ ନେଇ ବୁଧବାର ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ରାଜ୍ୟ ପରିବହନ କମିଶନରଙ୍କୁ ଚିଠି ଲେଖି ଅବଗତ କରାଯାଇଛି। କେନ୍ଦ୍ର ମୋଟର ଯାନ ନିୟମର ନିୟମ-୧୧ ଅନୁଯାୟୀ ଏନ୍‌ଆଇସି ଜରିଆରେ ଜନସାଧାରଣଙ୍କୁ ସହାୟତା କରିବା ପାଇଁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହାଛଡ଼ା ସାରଥି ଓ ବାହାନ ପୋର୍ଟାଲ ଜରିଆରେ ଡ୍ରାଇଭିଂ ଲାଇସେନ୍ସ ସହିତ ୫୮ଟି ଯାନବାହନ ସମ୍ପର୍କିତ ସେବାକୁ ଆଧାର ଲିଙ୍କ୍‌ କରିବାକୁ କୁହାଯାଇଛି। ଏହାଦ୍ୱାରା ଲୋକମାନେ ଉକ୍ତ ସେବାଗୁଡ଼ିକ ଅନ୍‌ଲାଇନ ଜରିଆରେ ପାଇପାରିବେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share