ମେ’୩୧ ସୁଦ୍ଧା ଆଧାର-ପାନ୍‌ ଲିଙ୍କ୍‌ କରିବାକୁ ପରାମର୍ଶ

ଭୁବନେଶ୍ୱର,୨୯।୫(ଅନୁରାଧା ମହାରଣା): ମେ’ ୩୧ ତାରିଖ ସୁଦ୍ଧା ଲୋକଙ୍କୁ ସେମାନଙ୍କର ପ୍ୟାନ୍‌ ଏବଂ ଆଧାରକୁ ଲିଙ୍କ୍‌ କରିବାକୁ ପଡ଼ିବ। ଏନେଇ ଆୟକର(ଆଇଟି) ବିଭାଗ ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ଜାରି କରାଯାଇଛି। ଆଇଟି ବିଭାଗ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ’ ରେ ଲେଖିଛି ଯେ ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି କାର୍ଯ୍ୟ ସମାପ୍ତକରି ଅଧିକ ଟିକସ ପୈଠକୁ ଏଡ଼ାଇ ପାରିବେ ବୋଲି ଉଲ୍ଲେଖ ରହିଛି। ଆୟକର ଅଧିନିୟମର ଧାରା ୨୦୬ଏଏ ଏବଂ ୨୦୬ସିସି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ଚଳିତବର୍ଷ ଆୟକର ରିଟର୍ନ ଦାଖଲ କରିବାର ଶେଷ ତାରିଖ ଜୁଲାଇ ୩୧ ଧାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ସିବିଡିଟି ମଧ୍ୟ କରଦାତାଙ୍କୁ ସେମାନଙ୍କର ପାନ୍‌ ଏବଂ ଆଧାର ଲିଙ୍କ୍‌ କରିବାକୁ ପରାମର୍ଶ ଦେଇଥିଲା। ସିବିଡିଟି ଏହି ସର୍କୁଲାର ଏପ୍ରିଲ୨୩ରେ ଜାରି କରିଥିଲା। ଏଥିରେ ପାନ୍‌ ଏବଂ ଆଧାରକୁ ସଂଯୋଗ ନ କରିବାର ଅସୁବିଧା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଥିଲା। ଏଥିରେ କୁହାଯାଇଥିଲା ଯେ ପାନ୍‌ ଓ ଆଧାର ଲିଙ୍କ୍‌ ନ ହେବା ଦ୍ୱାରା କରଦାତାଙ୍କଠାରୁ ୨ଗୁଣା ଟ୍ୟାକ୍ସ ଆଦାୟ କରାଯାଇପାରେ। ଆୟକରର ଧାରା ୧୩୯ଏଏ ଅନୁଯାୟୀ, ପ୍ରତ୍ୟେକ ପାନ୍‌ କାର୍ଡଧାରୀଙ୍କୁ ତାଙ୍କର ଆଧାର ନମ୍ବର ଲିଙ୍କ୍‌ କରିବାକୁ ପଡ଼ିବ। ଏପରି ନ କଲେ ପାନ୍‌ କାର୍ଡ ଅବୈଧ ଘୋଷଣା କରାଯିବ। ସୂଚନା ଥାଉ କି, ୨୦୨୩ ଜୁନ୍‌ ୩୦ ପରେ ଅନେକ ପାନ୍‌ କାର୍ଡ ଅବୈଧ ଘୋଷିତ ହୋଇଛି। ପାନ୍‌ ଏବଂ ଆଧାରକୁ ଲିଙ୍କ୍‌ କରିବାକୁ ଇନ୍‌କମ୍‌ ଟାକ୍ସ ଇ-ଫାଇଲ ପୋର୍ଟାଲକୁ ଯିବାକୁ ପଡ଼ିବ। ଏହା ପରେ ଲିଙ୍କ୍‌ ଆଧାର ଅପ୍‌ସନକୁ ଯାଇ ପାନ୍‌, ଆଧାର କାର୍ଡ ଏବଂ ମୋବାଇଲ ନମ୍ବର ବିଷୟରେ ସୂଚନା ଦେବାକୁ ପଡ଼ିବ। ୨୦୨୪ ଜାନୁୟାରୀ ୨୯ ସୁଦ୍ଧା ମିଳିଥିବା ସୂଚନାନୁସାରେ ଦେଶରେ ୧୧.୪୮ କୋଟି ପାନ୍‌ କାର୍ଡ ଆଧାର ସହ ଲିଙ୍କ୍‌ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଛଟେଇ କରିବ ମେଟା: ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ କର୍ମଚାରୀ ସାମିଲ

ନୂଆଦିଲ୍ଲୀ,୧୭ା୧୦: ଭବିଷ୍ୟତକୁ ଦୃଷ୍ଟିରେ ରଖି ଛଟେଇ କରିବାକୁ ଯାଉଛି ମେଟା। ଇନଷ୍ଟାଗ୍ରାମ, ହ୍ୱାଟସ୍ ଆପ୍ ଏବଂ ରିଅଲିଟି ଲ୍ୟାବ୍ ସମେତ ୟୁନିଟ୍ ଗୁଡିକରେ କର୍ମଚାରୀଙ୍କୁ ଛଟେଇ...

ଅକ୍ଟୋବରରେ ବଢ଼ିଲା ଏଫ୍‌ଡି ମୂଲ୍ୟ, ୭.୫%ରୁ ଅଧିକ ସୁଧହାର ଦେଉଛନ୍ତି ୧୦ ବ୍ୟାଙ୍କ

ନୂଆଦିଲ୍ଲୀ,୧୭।୧୦: କ୍ରମାଗତ ଭାବେ ବ୍ୟାଙ୍କର ନଗଦ ରାଶି ହ୍ରାସ ପାଇବା ସହିତ ବ୍ୟାଙ୍କ କାରବାରରେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ଉଭୟ ବ୍ୟାଙ୍କ ଓ...

ସୁଲଭ ଇଣ୍ଟରନେଟ୍ ପାଇଁ ଭାରତ ସରକାର ନେଲେ ବଡ଼ ନିଷ୍ପତ୍ତି: ପ୍ରଶଂସା କଲେ ଏଲନ ମସ୍କ

ନୂଆଦିଲ୍ଲୀ,୧୬ା୧୦: ଭାରତରେ ଖୁବଶୀଘ୍ର ଉପଲବ୍ଧ ହେବାକୁ ଯାଉଛି ସାଟେଲାଇଟ ଇଣ୍ଟରନେଟ୍। ଏଥିପାଇଁ କେନ୍ଦ୍ର ସରକାର ସ୍ପେକ୍ଟ୍ରମ୍ ନିଲାମ କରିବା ବଦଳରେ ବିଶ୍ୱ ସ୍ତରୀୟ ନୀତି ଅନୁସରଣ...

କ୍ରୋକୋଡାଇଲ ଷ୍ଟୋରର ବାର୍ଷିକ ଉତ୍ସବ

ଭୁବନେଶ୍ୱର,୧୬।୧୦: ଦେଶର ପ୍ରମୁଖ ପ୍ରିମିୟମ ପୋଷାକ ବ୍ରାଣ୍ଡ୍‌ ତଥା ଅଗ୍ରଣୀ ରିଟେଲ ଚେନ୍‌ ‘କ୍ରୋକୋଡାଇଲ’ର ଏକ୍ସକ୍ଲୁସିଭ ଷ୍ଟୋର (କ୍ରୋକୋଡାଇଲ ସିମ୍ପୋନି ମଲ୍‌ ପାହାଳ ଷ୍ଟୋର) ର...

ରିଲାଏନ୍ସ ଜିଓର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୬।୧୦(ଅଭୟ ଦାଶ): ରିଲାଏନ୍ସ ଜିଓର ନୂତନ ଉତ୍ପାଦ ‘ଜିଓଭାରତ ଭି୩ ଏବଂ ଜିଓ ଭାରତ ଭି୪’ ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି ଏହି ୨ ନୂଆ...

ମାମାଆର୍ଥ ସହ ମିଶୋର ବୁଝାମଣା

ନୂଆଦିଲ୍ଲୀ,୧୬।୧୦: ଭାରତରେ ଦ୍ରୁତ ବୃଦ୍ଧି ପାଉଥିବା ପର୍ସନାଲ କେୟାର ବ୍ରାଣ୍ଡ୍‌ ମାମାଆର୍ଥ ଏବଂ ଇ-କର୍ମସ ପ୍ଲାଟ୍‌ଫର୍ମ ମିଶୋ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି।...

ଭାରତୀୟ ଡେଟା ସେଣ୍ଟରରେ ଭାରତର ଡେଟା ରହୁ: ଆକାଶ

ନୂଆଦିଲ୍ଲୀ,୧୬।୧୦: ଭାରତରେ ଡେଟା ସୃଷ୍ଟି ହେବାର ଆକାର ଏବଂ ଗତି ବେଶ୍‌ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏପରିକି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ସହିତ ଆହୁରି...

ସେପ୍ଟେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪୯%

ଭୁବନେଶ୍ୱର,୧୫ା୧୦(ଅନୁରାଧା ମହାରଣା): ପନିପରିବା ମୂଲ୍ୟରେ ବ୍ୟାପକ ବୃଦ୍ଧି ହେତୁ ଖୁଚୁରା ମୁଦ୍ରାସ୍ଫୀତି ହାରରେ ତୀବ୍ର ବୃଦ୍ଧି ଘଟିଛି। ଗତ ୯ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ଖୁଚୁରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri