ନୂଆଦିଲ୍ଲୀ,୪।୩: ପାନ୍କୁ ଆଧାର ସହ ଲିଙ୍କ କରିବା ଆଉ ମାଗଣା ନୁହେଁ। ଆୟକର ବିଭାଗ ଏହି ଲିଙ୍କ ପାଇଁ ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ୧,୦୦୦ ଟଙ୍କା ଜରିିମାନା ନେଉଛି। ସମୟସୀମା ଶେଷ ହେବା ପରେ ବିଭାଗ ପକ୍ଷରୁ ଜରିମାନା ରାଶି ମଧ୍ୟ ବୃଦ୍ଧି କରାଯିବ। ଜୁନ ୩୦, ୨୦୨୨ ପରେ ଆୟକର ବିଭାଗ ଜରିମାନା ଦ୍ୱିଗୁଣିତ କରିଥିଲା। ଏପରି ସ୍ଥିତିରେ ମାର୍ଚ୍ଚ ୩୧ ପରେ, ଜରିମାନା ପୁଣି ଥରେ ବୃଦ୍ଧି କରାଯାଇପାରେ।
ନିୟମ କ’ଣ?
ଆୟକର ବିଭାଗର ଏଫ୍ଏକ୍ୟୁ ଅନୁଯାୟୀ, ପାନ୍ ଏବଂ ଆଧାରକୁ ସଂଯୋଗ କରିବା ପାଇଁ ବର୍ତ୍ତମାନ ୧୦୦୦ ଟଙ୍କା ଜରିମାନା ଆଦାୟ କରାଯାଉଛି। ମାର୍ଚ୍ଚ ୩୧, ୨୦୨୩ ପର୍ଯ୍ୟନ୍ତ ବିଭାଗ ଏହି ଜରିମାନା ସ୍ଥିର କରିଛି। ଏହାପୂର୍ବରୁ ବିଭାଗ ୩୦ ଜୁନ୍ ୨୦୨୨ ପର୍ଯ୍ୟନ୍ତ ୫୦୦ ଟଙ୍କା ଜରିମାନା ନେଉଥିଲା, ଯାହାକି ଜୁଲାଇରୁ ବୃଦ୍ଧି ଘଟିଥିଲା।
ଆୟକର ବିଭାଗ ୱେବସାଇଟ୍ରୁ ପାନ୍ କାର୍ଡ ସହିତ ଆଧାର କାର୍ଡକୁ ଲିଙ୍କ କରାଯାଇପାରିବ। ଏହା ଅଧୀନରେ ଆୟକର ବିଭାଗର ୱେବସାଇଟ୍ www.incometaxindiaefiling.gov.in ଯିବାକୁ ପଡିବ। ଏଠାରେ QUICK ଲିଙ୍କଗୁଡ଼ିକର ବଟନ ବାମ ପାର୍ଶ୍ୱରେ ଦେଖାଯିବ। ଏଠାକୁ ଯାଇ ଆଧାର ଲିଙ୍କରେ କ୍ଲିକ କରିବା ପରେ ଏକ ନୂତନ ପୃଷ୍ଠା ଖୋଲିବ। ଏହି ପୃଷ୍ଠାରେ ପାନ୍ ନମ୍ବର ଏବଂ ଆଧାର ଦେବାକୁ ପଡିବ। ଏହା ପରେ, ବୈଧତାର ବଟନ୍ ଡାହାଣ ପାର୍ଶ୍ୱରେ ଦେଖାଯିବ, ଯାହାକୁ କ୍ଲିକ କରିବାକୁ ପଡିବ। ଏହାପରେ, ଓଟିପି ମାଧ୍ୟମରେ ଲିଙ୍କ ବିକଳ୍ପ ଉପଲବ୍ଧ ହେବ। କ୍ଲିକ୍ କରିବା ପରେ ଦୁଇଟି ନମ୍ବର ଲିଙ୍କ ହୋଇଯିବ।