ରିଲିଜ୍‌ ଦିନ ରେକର୍ଡ ଭାଙ୍ଗିବ ‘ଆଦିପୁରୁଷ’

ମୁମ୍ବାଇ: ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହେବାକୁ ଯାଉଛି।ଏନେଇ ଫିଲ୍ମର ଆଡଭାନ୍ସ ବୁକିଂ ଜୋରସୋରରେ ଚାଲିଛି। ଦିଲ୍ଲୀ ଏବଂ ମୁମ୍ବାଇରେ ‘ଆଦିପୁରୁଷ’ର ଟିକେଟ ୨୦୦୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଏଥିସହ ଫିଲ୍ମର ପ୍ରଥମ ଦିନ ପ୍ରଥମ ଶୋର ବୁକିଂ ହାଉସଫଉଲ୍‌ ହୋଇସାରିଛି। ରିଲିଜ୍‌ ହେବା ମାତ୍ରେ ‘ଆଦିପୁରୁଷ’ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିବା ନେଇ କଳ୍ପନାଜଳ୍ପନା କରାଯାଉଛି।

ଓମ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଏପିକ ରାମାୟଣର ଏକ ସିନେମାଟିକ ଆଡାପ୍ଟେସନ ଅଟେ। ଫିଲ୍ମ ବିଭିନ୍ନ ଭାଷାରେ ଆସନ୍ତାକାଲି ରିଲିଜ୍‌ ହେବାକୁ ଯାଉଛି। ହିନ୍ଦୀ ଏବଂ ତେଲୁଗୁ ଭାଷାରେ ଏକକାଳୀନ ‘ଆଦିପୁରୁଷ’ର ସୁଟିଂ କରାଯାଇଛି। ଏଥିସହ ଫିଲ୍ମକୁ ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ମଧ୍ୟ ଡବ୍‌ କରାଯାଇଛି। ଏହି ଚଳଚ୍ଚିତ୍ରକୁ ୟୁ/ଏ ସାର୍ଟିଫିକେଟ ମିଳିଛି।

ଏପଯ୍ୟନ୍ତ ଫିଲ୍ମର ୪.୭ଲକ୍ଷରୁ ଅଧିକ ଟିକେଟ ବିକ୍ରି ହୋଇ ସାରିଛି। ଟ୍ରେଡ ଆନାଲିଷ୍ଟ ତରନ ଆଦର୍ଶ ମଲ୍ଟିପ୍ଲେକ୍ସରେ ଏପର୍ଯ୍ୟନ୍ତ ଟିକେଟ ବିକ୍ରିର ବିବରଣୀ ବିଷୟରେ ଟ୍ବିଟ୍‌ କରିଛନ୍ତି। ସେ ଏହାକୁ ‘ବକ୍ସ ଅଫିସରେ ସୁନାମି ଲ୍ୟାଣ୍ଡି’ ବୋଲି ପୂର୍ବାନୁମାନ କରିଛନ୍ତି।

Share