‘ଆଦିପୁରୁଷ’: ରିଲିଜ୍‌ ପୂର୍ବରୁ ଟ୍ରେଲର୍‌ ଲିକ୍‌

ମୁମ୍ବାଇ, ୮।୫: ଦକ୍ଷିଣ ଭାରତର ସିନେ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ଆଦିପୁରୁଷ’ ଖୁବ୍‌ ଚର୍ଚ୍ଚାରେ ରହିଛି। ଫିଲ୍ମ ‘ଆଦିପୁରୁଷ’ର ଅଫିସିଆଲ ଟ୍ରେଲର ମଙ୍ଗଳବାର ଅର୍ଥାତ୍‌ ୯ ମେ ରେ ରିଲିଜ୍‌ ହେବାକୁ ଯାଉଛି। କିନ୍ତୁ ରିଲିଜ୍‌ ପୂର୍ବରୁ ଫିଲ୍ମ ‘ଆଦିପୁରୁଷ’ର ଟ୍ରେଲର ଅନଲାଇନ୍‌ରେ ଲିକ୍‌ ହୋଇଛି। ଏହାକୁ ନେଇ ଫିଲ୍ମ ନିର୍ମାତାଙ୍କୁ ଝଟକା ଲାଗିଛି।
ରିଲିଜ୍‌ର ଗୋଟିଏ ଦିନ ପୂର୍ବରୁ ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’ର ଟ୍ରେଲର ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରରେ ଲିକ୍‌ ହୋଇଛି। @ଆଇଆମ୍‌ଏସ୍‌ଆର୍‌କେନାଇଟ୍‌ ନାମକ ଟୁଇଟର ହ୍ୟାଣ୍ଡେଲ ଟ୍ରେଲରର ଭିଡିଓକୁ ଟୁଇଟରରେ ସେୟାର କରିଛନ୍ତି। ଟ୍ରେଲର ସେୟାର କରିଥିବା ବ୍ୟକ୍ତି ଏହି ଫିଲ୍ମକୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ, ଫିଲ୍ମଟି ସୁପରହିଟ୍‌ ହେବା ସହ ୨୦୦ କୋଟି ବ୍ୟବସାୟ କରିିବ। ୨ ମିନିଟ ୧୪ ସେକେଣ୍ଡର ଏହି ଲିକ୍‌ ଭିଡିଓରେ ଆଦିପୁରୁଷ ଫିଲ୍ମର ଝଲକ ଦେଖିବାକୁ ପାଇପାରିବେ।

 

Share