Categories: ଜାତୀୟ

ଶିନ୍ଦେଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି, ତାଙ୍କ ଦଳର ୨୦ ବିଧାୟକ ଆମ ଯୋଗଯୋଗରେ ଅଛନ୍ତି: ଆଦିତ୍ୟ ଠାକରେ

ମୁମ୍ବାଇ,୮।୭: ମହାରାଷ୍ଟ୍ର କ୍ୟାବିନେଟ ବିସ୍ତାରର କିଛି ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କ ପୁଅ ତଥା ପୂର୍ବତନ ମନ୍ତ୍ରୀ ଆଦିତ୍ୟ ଠାକରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ଶିନ୍ଦେଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି। ଏଥିରେ ସଙ୍କେତ ମିଳିଛି ଯେ, ଅଜିତ ପାୱାର ଏବଂ ଅନ୍ୟ ଆଠ ଜଣ ଏନସିପି ବିଧାୟକ ତାଙ୍କ ଏକ ବର୍ଷ ପୁରୁଣା ରାଜ୍ୟ କ୍ୟାବିନେଟରେ ସାମିଲ ହେବା ସହ ସିଏମଙ୍କ ଚେୟାର ବିପଦରେ ପଡିପାରେ। ଅଜିତ ପାୱାର ବର୍ତ୍ତମାନ ଶିନ୍ଦେଙ୍କ ନେତୃତ୍ୱାଧୀନ ସରକାରରେ ଭାଜପାର ଦେବେନ୍ଦ୍ର ଫଡନବିସଙ୍କ ସହ ଉପମୁଖ୍ୟମନ୍ତ୍ରୀ ପଦ ବାଣ୍ଟିଛନ୍ତି। ଆଦିତ୍ୟ ଠାକରେ ଗଣମାଧ୍ୟମକୁ କହିଛନ୍ତି, ମୁଁ ଶୁଣିଛି ଯେ ମୁଖ୍ୟମନ୍ତ୍ରୀ (ଏକନାଥ ଶିନ୍ଦେ)କୁ ଇସ୍ତଫା ଦେବାକୁ କୁହାଯାଇଛି ଏବଂ ସେଠାରେ କିଛି ପରିବର୍ତ୍ତନ ହୋଇପାରେ।

 

Share