Posted inଜାତୀୟ

ଖୁବ୍‌ଶୀଘ୍ର ଶିନ୍ଦେ ସରକାରଙ୍କ ହେବ ପତନ: ଆଦିତ୍ୟ ଠାକରେ

ମୁମ୍ବାଇ,୮।୨: ଶିବସେନା (ୟୁବିଟି) ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ବୁଧବାର ଶିନ୍ଦେ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ରାଜ୍ୟ ସରକାର ଅଧିକ ଦିନ ତିଷ୍ଠି ରହିବ ନାହିଁ ଏବଂ ଏହା ଖୁବ ଶୀଘ୍ର ପତନ ହେବ। ଜଲନା ଜିଲାର ବଦନାପୁରରେ ‘ଶିବ ସମ୍ବାଦ ଯାତ୍ରା’ ସମୟରେ ସେ ଏହି କଥା କହିଛନ୍ତି। ଆଦିତ୍ୟ ଠାକରେଙ୍କ ଏହି ବିବୃତ୍ତି ଫେବୃଆରୀ ୧୪ରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ୧୬ ଶିବସେନା ବିଦ୍ରୋହୀ ବିଧାୟକଙ୍କ ଅଯୋଗ୍ୟତା ସମ୍ପର୍କିତ ମାମଲାର ଶୁଣାଣି ପୂର୍ବରୁ ଆସିଛି।
ଆଦିତ୍ୟ ଠାକରେ ଆହୁରି ମଧ୍ୟ କହିଛନ୍ତି, ମହାରାଷ୍ଟ୍ରର ଲୋକମାନେ ଭଲ ଭାବରେ ଜାଣିଛନ୍ତି ଏହି ସରକାର ଅନ୍ୟାୟ ମାର୍ଗରେ ଚାଲୁଛନ୍ତି। ଏହି ଅସାମ୍ବିଧାନିକ ସରକାର ଅଧିକ ଦିନ ତିଷ୍ଠି ରହିବ ନାହିଁ। ଶିନ୍ଦେ-ଭାଜପା ସରକାର ଜନସାଧାରଣଙ୍କ ଟଙ୍କା ନଷ୍ଟ କରୁଛନ୍ତି। ଶିନ୍ଦେ ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବା ପାଇଁ ଡାଭୋସ ଗଲେ ଏବଂ କେବଳ ବରଫ ଦେଖିବା ପାଇଁ ୪୦ କୋଟି ଟଙ୍କା ଖର୍ଚ୍ଚ କରିଦେଲେ। ମୁଖ୍ୟମନ୍ତ୍ରୀ ମାତ୍ର ୨୮ ଘଣ୍ଟା ମଧ୍ୟରେ ୪୦ କୋଟି ଟଙ୍କା କିପରି ଖର୍ଚ୍ଚ କରିପାରିବେ ବୋଲି ଠାକରେ ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ବର୍ଷ ଜୁନ ମାସରେ ଶିବସେନା ନେତା ଏକନାଥ ଶିନ୍ଦେଙ୍କ ବିଦ୍ରୋହ ପରେ ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଏମଭିଏ ସରକାର ପତନ ହୋଇଥିଲା। ଦଳର କିଛି ବିଧାୟକ ଏବଂ ଏମ୍‌ପିଙ୍କୁ ଭାଙ୍ଗି ସେ ଭାଜପା ସହ ମେଣ୍ଟ କରି ସରକାର ଗଠନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ପ୍ରବେଶ କଲା ଚାଇନାର ଏଚ୍‌ଏମ୍‌ପିଭି ଭାଇରସ୍‌: ୮ ମାସର ଝିଅ ସଂକ୍ରମିତ

ବେଙ୍ଗାଲୁରୁ,୬।୧: ଚାଇନାର ହ୍ୟୁମାନ୍‌ ମେଟାନ୍ୟୁମୋଭାଇରସ (ଏଚ୍‌ଏମ୍‌ପିଭି) ଭାଇରସ୍‌ ଭାରତରେ ପହଞ୍ଚିଛି। ଏହାର ପ୍ରଥମ ମାମଲା ବେଙ୍ଗାଲୁରୁରୁ ଆସିଛି। ସୂଚନାନୁସାରେ, ଜଣେ ୮ ମାସର ଝିଅ ଏହା...

ଜଙ୍ଗଲରେ ସିଂହ ସହ ୫ ଦିନ ବିତାଇଲେ ୭ ବର୍ଷୀୟ ବାଳକ

ହରାରେ, ୬।୧: ଉତ୍ତର ଜିମ୍ବାଓ୍ବେର ମେଶୋନାଲେଣ୍ଡ ପଶ୍ଚିମ ପ୍ରଦେଶର ‘କରିବା ଗ୍ରାମୀଣ’ ଜିଲାଲ ୭ ବର୍ଷୀୟ ବାଳକ ଟିନୋଟେଡା ପୁଡୁଙ୍କ କାହାଣୀ ସାରା ବିଶ୍ୱର ଦୃଷ୍ଟି...

ଗିରଫ ହେଲେ ପ୍ରଶାନ୍ତ କିଶୋର

ପାଟନା,୬।୧: ଜନ ସୁରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ପୋଲିସ ଗିରଫ କରିଛି। ପାଟନା ଜିଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତାଙ୍କୁ ଗିରଫ...

କୃଷ୍ଣସାର ମୃଗକୁ ମାରିଲା କଲରାପତରିଆ

ଗାନ୍ଧୀନଗର,୬।୧: ଗୁଜରାଟର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ନିକଟରେ ଥିବା ଜଙ୍ଗଲ ସଫାରିରେ ଏକ କଲରାପତରିଆ ବାଘ ପ୍ରବେଶ କରି ଗୋଟିଏ କୃଷ୍ଣସାର ମୃଗକୁ ମାରିବା ପରେ ଭୟରେ...

ମହାକୁମ୍ଭରେ ଗଣଧର୍ମାନ୍ତରୀକରଣ ଆଶଙ୍କା

ଲକ୍ଷ୍ନୌ,୫।୧: ଆସନ୍ତା ୧୩ରୁ ଆରମ୍ଭ ହେବାକୁ ଯାଉଥିବା ମହାକୁମ୍ଭରେ ବହୁସଂଖ୍ୟାରେ ମୁସଲମାନ ଗଣ ଧର୍ମାନ୍ତରୀକରଣର ଶିକାର ହୋଇପାରନ୍ତି ବୋଲି ଆଶଙ୍କା କରି ଜଣେ ବରିଷ୍ଠ ଧର୍ମୀୟ...

ଭାଜପା କ୍ଷମତାକୁ ଆସିଲେ ଦିଲ୍ଲୀରେ ଜନକଲ୍ୟାଣ ଯୋଜନା ବନ୍ଦ ହେବ ନାହିଁ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିଲ୍ଲୀରେ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆମ୍‌ ଆଦ୍‌ମୀ ପାର୍ଟି...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ମାତାପିତାଙ୍କ ସେବା ନ କଲେ ମିଳିବ ନାହିଁ ସମ୍ପତ୍ତି

ନୂଆଦିଲ୍ଲୀ,୫।୧: ମାତାପିତାଙ୍କଠାରୁ ତାଙ୍କ ସମ୍ପତ୍ତି ଉପହାର ସ୍ବରୂପ ପାଇବା ପରେ ସେମାନଙ୍କ ଦେଖାରାଖା ନ କରୁଥିବା ପିଲାମାନଙ୍କଠାରୁ ସେହି ସମ୍ପତ୍ତି ଫେରାଇ ନେଇ ହେବ। ବୟସ୍କଙ୍କ...

‘ମୁଁ ନିର୍ବାଚନରେ ଜିତିଲେ ରାସ୍ତାଗୁଡ଼ିକୁ ପ୍ରିୟଙ୍କା ଗାନ୍ଧୀଙ୍କ ଗାଲ ଭଳି କରିଦେବି’

ନୂଆଦିଲ୍ଲୀ,୫।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଆପ୍‌-କଂଗ୍ରେସ ପରେ ଭାଜପା ମଧ୍ୟ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏହାକୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri