ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସ୍ବୀକାର କଲେ ପ୍ରେମିକ, କହିଲେ ମୋ’ର କିଛି ଦୋଷ ନାହିଁ

ନୂଆଦିଲ୍ଲୀ,୩୦ା୧୧: ବହୁଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପ୍ରେମିକ ଆଫତାବ ପୁନାଓ୍ବାଲା ନିଜ ଦୋଷ ସ୍ବୀକାର କରିଛନ୍ତି। ମଙ୍ଗଳବାର ଆଫତାବଙ୍କ ପଲିଗ୍ରାଫ ଟେଷ୍ଟ୍‌ କରାଯାଇଥିଲା। ଏହି ସମୟରେ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ନେଇ ସ୍ବୀକାର କରିଥିବା ଜଣାପଡ଼ିଛି। ସେ ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ତାଙ୍କର ଅନୁତାପ କିମ୍ବା ଅନୁଶୋଚନା ନାହିଁ ବୋଲି ସେ ସିଧାସଳଖ ପୋଲିସକୁ କହିଛନ୍ତି। ଫରେନ୍‌ସିକ୍‌ ସାଇନ୍ସ ଲାବୋରେଟୋରୀ ଅଧିକାରୀ କହିଛନ୍ତି, ଆଫତାବ ତାଙ୍କ ଲିଭ ଇନ୍‌ ପାର୍ଟନର ଶ୍ରଦ୍ଧା ଓ୍ବାକରଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଏହି ଅପରାଧରେ ତାଙ୍କର କୌଣସି ଦୋଷ ନାହିଁ।

ପଲିଗ୍ରାଫ ଟେଷ୍ଟ ବେଳେ ସେ ଶ୍ରଦ୍ଧାଙ୍କୁ ହତ୍ୟା ପରେ ୩୫ ଖଣ୍ଡ କରି ଜଙ୍ଗଲରେ ପୋତି ଦେଇଥିଲେ ବୋଲି ମାନିଛନ୍ତି। ସେହିପରି ସେ ଅନେକ ଯୁବତୀଙ୍କ ସହ ଡେଟିଂରେ ଥିବା ମଧ୍ୟ କହିଛନ୍ତ। ପଲିଗ୍ରାଫ ଟେଷ୍ଟ ବେଳେ ଆଫତାବଙ୍କ ଆଚରଣ ଅତି ସ୍ବାଭାବିକ ଥିଲା।

ନଭେମ୍ବର ୨୩, ୨୫ ଏବଂ ୨୬ରେ ଆଫତାବଙ୍କର ପଲିଗ୍ରାଫ୍‌ ଟେଷ୍ଟ ହୋଇ ଥିଲେ ମଧ୍ୟ ତାଙ୍କ ଦେହ ଅସୁସ୍ଥ ହେଉଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପୁଣି ଥରେ ମଙ୍ଗଳବାର ଟେଷ୍ଟ କରାଯାଇଥିଲା।

Share