Categories: ଖେଳ

ସବୁଠୁ ମହଙ୍ଗା ହୋଇପାରନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨।୨: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ଆସନ୍ତା ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଯାଉଥିବା ମେଗା ଅକ୍‌ଶନ ପାଇଁ ଚୂଡ଼ାନ୍ତ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି। ଏଥିସହିତ ପଞ୍ଜୀକୃତ କରାଇଥିବା ମୋଟ ୫୯୦ ଖେଳାଳିଙ୍କ ମଧ୍ୟରୁ କେଉଁ କ୍ରିକେଟରଙ୍କୁ ସର୍ବାଧିକ ମୂଲ୍ୟ ମିଳିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ପୂର୍ବତନ ଭାରତୀୟ ବ୍ୟାଟର ତଥା ଭାଷ୍ୟକାର ଆକାଶ ଚୋପ୍ରାଙ୍କ ମତରେ ଶ୍ରେୟାସ ଆୟାରଙ୍କୁ ସର୍ବାଧିକ ମୂଲ୍ୟ ମିଳିବ ବୋଲି ପୂର୍ବାନୁମାନ କରିଛନ୍ତି।

“ମୋ ମତରେ ଆୟାର ସବୁଠାରୁ ମହଙ୍ଗା ଖେଳାଳି ହେବେ। ମର୍କ୍ୟୁ ତାଲିକାରେ ଥିବା ଖେଳାଳିଙ୍କ ମଧ୍ୟରେ ଆୟାର ସବୁଠୁ ମହଙ୍ଗା ଖେଳାଳି ହୋଇପାରନ୍ତି। କାରଣ ମର୍କ୍ୟୁ ତାଲିକାରେ ଇଶାନ କିଷନଙ୍କୁ ସ୍ଥାନ ମିଳିନାହିଁ। ଯଦି ଇଶାନ ତାଲିକାରେ ଥାନ୍ତେ, ତେବେ ତାଙ୍କୁ ମଧ୍ୟ ଭଲ ଟଙ୍କା ମିଳିଥାନ୍ତା। କିନ୍ତୁ କିଷନ ନ ଥିବାରୁ ଆୟାରଙ୍କ ପାଇଁ ବିଭିନ୍ନ ଫ୍ରାଞ୍ଚାଇଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ” ବୋଲି କୁ’ରେ ଶେୟାର କରିଥିବା ଭିଡିଓରେ ଚୋପ୍ରା କହିଛନ୍ତି।

ପୂର୍ବତନ କ୍ରିକେଟର କହିଛନ୍ତି, ଶ୍ରେୟାସ ଜଣେ ସାମ୍ଭବ୍ୟ ଅଧିନାୟକ ହୋଇପାରନ୍ତି। ଏଣୁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଭଳି ଦଳ ତାଙ୍କ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାର ବିଶେଷ ସମ୍ଭାବନା ରହିଛି।

Share