Categories: ଖେଳ

ଅନ୍ତର୍ଜାତୀୟ ମ୍ୟାଚ୍‌ ଚାଲୁଥିବା ସମୟରେ ଗାଧୋଇବାକୁ ଯାଇଥିଲେ ଏହି କ୍ରିକେଟର, ପରେ ଘଟିଲା ଏମିତି

୨୦୦୭ ରେ ଦକ୍ଷିଣ ଆଫ୍ରିକା ଗସ୍ତରେ କେପଟାଉନ ଟେଷ୍ଟରେ ଘଟିଥିବା ଏକ ଘଟଣା ବିଷୟରେ ଖୁଲାସା କରିଛନ୍ତି ଭାରତର ପୂର୍ବତନ ଓପନର୍‌ ଆକାଶ ଚୋପ୍ରା। ଏହି ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ଭିଭିଏସ୍‌ ଲକ୍ଷ୍ମଣ ଗାଧୋଇବାକୁ ଯାଇଥିବାରୁ ତାଙ୍କ ସ୍ଥାନରେ ସୌରଭ ଗାଙ୍ଗୁଲି ବ୍ୟାଟିଂ କରିବାକୁ ଆସିଥିଲେ। ଓପନର ୱାସିମ ଜାଫର ଏବଂ ବିରେନ୍ଦର ସେହ୍ବାଗ ଦ୍ୱିତୀୟ ଇନିଂସରେ ଶୀଘ୍ର ଆଉଟ ହୋଇଥିଲେ। ଆକାଶ ଚୋପ୍ରା ଫେସବୁକରେ ଏକ ଭିଡିଓ ଶେୟାର କରି କହିଛନ୍ତି ଲକ୍ଷ୍ମଣଙ୍କ ପାଇଁ କ୍ରିକେଟ ଏକ ପୂଜା ଥିଲା। କୌଣସି ପୂଜା ପୂର୍ବରୁ ସ୍ନାନ କରିବା ଆବଶ୍ୟକ। ଏହି କାରଣରୁ ଲକ୍ଷ୍ମଣ ତାଙ୍କ ଟାୱେଲ ନେଇ ଡ୍ରେସିଂ ରୁମକୁ ଗାଧୋଇବାକୁ ଯାଇଥିଲେ। ଜାଫର ଏବଂ ସେହ୍ବାଗ ଶୀଘ୍ର ଆଉଟ୍‌ ହୋଇଯିବାରୁ ଲକ୍ଷ୍ମଣ ବ୍ୟାଟିଂ କରିବେ ଭାବି ଗାଙ୍ଗୁଲି ପ୍ରସ୍ତୁତ ହୋଇ ନ ଥିଲେ। ସେ ଗାଧୋଇବାକୁ ଯାଇଥିବାରୁ ଗାଙ୍ଗୁଲି ଯିବା ନିହାତି ଆବଶ୍ୟକ ଥିଲା। ସେ ତରବରିଆରେ ନିଜକୁ ପ୍ରସ୍ତୁତ କରିଥିଲେ। ଏଥିରେ ତାଙ୍କୁ ସାଥୀ ଖେଳାଳି ସହାୟତା କରିଥିଲେ। ଲକ୍ଷ୍ମଣ ଗାଧୋଇ ଆସିଲା ବେଳକୁ ଏମିତି ଦେକତ୍ ଖୁବ୍‌ ଜୋର୍‌ରେ ହସିଥିଲେ।

Share