Categories: ବାଣିଜ୍ୟ

ଏଏଏଲ୍‌ର ଡିଆର୍‌ଏଚ୍‌ପି ଦାଖଲ

ନୂଆଦିଲ୍ଲୀ,୨୭।୬: ଆସ୍କ ଅଟୋମୋଟିଭ୍‌ ଲିମିଟେଡ୍‌ (ଏଏଏଲ୍‌) ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଏକ ଡ୍ରାଫ୍‌ଟ ରେଡ୍‌ ହେରିଂ ପ୍ରସ୍‌ପେକ୍ଟସ୍‌ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି। ଏପରିକି ଇନିସିଆଲ ପବ୍ଲିକ୍‌ ଅଫର ଜରିଆରେ କମ୍ପାନୀ ଇକ୍ୱିଟି ଶେୟାର ଜାରି କରି ପାଣ୍ଠି ହାସଲ କରିବାକୁ ଯୋଜନା ରଖିଛି। ଏହି ପ୍ଲାନ୍‌ର ଅଫର ଫର ସେଲ୍‌ରେ ମୋଟ ୨୯,୫୭୧,୩୯୦ ଇକ୍ୱିଟି ଶେୟାର ସାମିଲ ରହିଛି। ଉଲ୍ଲେଖଯୋଗ୍ୟ, ଅଫର ଫର୍‌ ସେଲ୍‌ରେ ପ୍ରତିଷ୍ଠାତା କୁଲଦୀପ ସିଂହ ରାଠିଙ୍କ ୨୦,୬୯୯,୯୭୩ ଇକ୍ୱିଟି ଶେୟାର ଏବଂ ବିଜୟ ରାଠିଙ୍କ ୮,୮୭୧,୪୧୭ ଇକ୍ୱିଟି ଶେୟାର ସାମିଲ ରହିଛି। ନିଜସ୍ବ ଡିଜାଇନ୍‌ ଓ ମାନୁଫାକ୍ଚରିଂ ଦକ୍ଷତା ସହିତ ଏହି କମ୍ପାନୀ ତିନି ଦଶନ୍ଧିରୁ ଅଧିକ ସମୟଧରି ସୁରକ୍ଷା ବ୍ୟବସ୍ଥା ଓ ଗୁରୁତ୍ୱପୂର୍ଣ୍ଣ ଇଞ୍ଜିନିୟରିଂ ସମାଧାନ ପ୍ରଦାନ କରୁଛି।

Share