Categories: ଜାତୀୟ

କଂଗ୍ରେସରେ ଯୋଗଦେଲେ ପଞ୍ଜାବର ଏଏପି ବିଧାୟକ

ଚଣ୍ଡିଗଡ଼,୨୫।୪: ପଞ୍ଜାବର ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ନଜର ସିଂ ମନଶାହିଆ ଗୁରୁବାର ଏଏପି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଉପସ୍ଥିତିରେ ସେ କଂଗ୍ରେସର ହାତ ଧରିଛନ୍ତି। ୫୬ ବର୍ଷୀୟ ମନଶାହିଆ ଜଣେ ଇଞ୍ଜିନିୟର ହୋଇଥିବା ବେଳେ ୨୦୧୭ରେ ପଞ୍ଜାବର ମନସା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ସୂଚନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ କିଛିଦିନ ହେବ ଏଏପି କଂଗ୍ରେସ ସହ ମେଣ୍ଟ କରିବାକୁ ଚାହୁଁଥିବା ବେଳେ ଏହା ସଫଳ ହୋଇ ନ ଥିଲା। ଏବେ କିନ୍ତୁ ଏଏପି ଛାଡି ମନଶାହିଆ କଂଗ୍ରେସରେ ଯୋଗ ଦେଇଥିବାରୁ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏହାକୁ ନେଇ ଥିବା ସମସ୍ତ ଭ୍ରମ ଦୂର ହୋଇଥିବା ଅମରିନ୍ଦର ସିଂ କହିଛନ୍ତି।

Share