ଲକ୍ଷ୍ନୌ,୧୫।୫: ଉତ୍ତର ପ୍ରଦେଶର ପୌର ପରିଷଦ ନିର୍ବାଚନରେ ଦିଲ୍ଲୀ ମଡେଲ ବିଜୟୀ ହୋଇଥିବାରୁ ଆମ ଆଦମୀ ପାର୍ଟି(ଏଏପି) ଖୁସି ହୋଇଯାଇଛି। ପୌର ପରିଷଦ ନିର୍ବାଚନରେ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଲକ୍ଷ୍ନୌ ଗସ୍ତ କରିବେ। ଉତ୍ତର ପ୍ରଦେଶର ପୌର ପରିଷଦ ନିର୍ବାଚନରେ ଏଏପି ପ୍ରଥମ ଥର ଏଣ୍ଟ୍ରି କରି ଖୁବ ଖୁସି ଅଛି। ଏହି ନିର୍ବାଚନରେ ଏଏପିର ୩ ନଗର ପାଳିକା ଅଧ୍ୟକ୍ଷ ଓ ୬ ନଗର ପଞ୍ଚାୟତ ଅଧ୍ୟକ୍ଷ ହୋଇଛନ୍ତି।
Posted inଜାତୀୟ