Categories: ଜାତୀୟ

ବିଧାନସଭାରେ ଭାଜପାର କଥିତ ଘୋଟାଲା ବ୍ୟାନର ଦେଖାଇଲା ଏଏପି

ନୂଆଦିଲ୍ଲୀ,୧୮ ।୧୨: ଆମ ଆଦମୀ ପାର୍ଟି(ଏଏପି) ବିଧାନସଭାର ବିଶେଷ ଅଧିବେଶନକୁ ଶୁକ୍ରବାର ପର୍ଯ୍ୟନ୍ତ ବଢାଇ ଦେଇଛି । ଦ୍ୱିତୀୟ ଦିନ ବି ଏହାର ଆରମ୍ଭ ପାଟିତୁଣ୍ଡରୁ ଆରମ୍ଭ ହୋଇଛି । ଦ୍ୱିତୀୟ ଦିନର କାର୍ଯ୍ୟ ଆରମ୍ଭ ହେବା ପରେ ପରେ ଆମ ଆଦମୀ ପାର୍ଟି(ଏଏପି)ବିଧାୟକମାନେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ନଗର ନିଗମରେ ୨,୫୦୦କୋଟି କଥିତ ଘୋଟାଲା ଅଭିଯୋଗ କରି ଗୃହରେ ବ୍ୟାନର ଦେଖାଇଥିଲେ । ଉକ୍ତ ବ୍ୟାନରରେ ଲେଖାଯାଥିଲା ଭାଜପା ୨,୫୦୦କୋଟି ଘୋଟାଲା ଭାଜପା ନେତାଙ୍କୁ ଜେଲ ପଠାଯାଉ ।

Share