Categories: ଜାତୀୟ

ପଞ୍ଜାବରେ ୧୦ ବିଧାୟକଙ୍କୁ ପ୍ରାର୍ଥୀ କଲା ଏଏପି

ଚଣ୍ଡିଗଡ଼,୧୨।୧୧: ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) । ୧୦ ବିଧାୟକଙ୍କୁ ଦଳୀୟ ଟିକେଟ ଦିଆଯାଇଛି। ପଞ୍ଜାବ ବିଧାନସଭାର ବିରୋଧୀ ଦଳ ନେତା ହରପାଲ ସିଂ ଚିମାଙ୍କୁ ଦିର୍ବା ଆସନରୁ ପ୍ରାର୍ଥୀ କରାଯାଇଥିବାବେଳେ ଅମନ ଆରୋରା ସୁନାମ ନିର୍ବାଚନମଣ୍ଡଳୀରୁ ଲଢ଼ିବେ। ସେହିପରି ସରବଜିତ୍‌ କୌର ମନୁକେ ଜାଗରଣ ଆସନରୁ ଓ ବଲଜିନ୍ଦର କୌରଙ୍କୁ ତାଲଓ୍ବଣ୍ଡି ସବୋ ଆସନରୁ ପ୍ରାର୍ଥୀ କରାଯାଇଛି। ପ୍ରାର୍ଥୀ ତାଲିକାକୁ ଏଏପି ପକ୍ଷରୁ ଟୁଇଟ କରାଯାଇଛି।

 

Share