Categories: ଜାତୀୟ

ୟୁପି ନିର୍ବାଚନ: କୌଣସି ଦଳ ସହ ମେଣ୍ଟ କରିବ ନାହିଁ ଏଏପି

ନୂଆଦିଲ୍ଲୀ,୧୦ ।୧: ସାରା ଦେଶର ନଜର ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ । ରବିବାର ଆମ ଆଦମୀ ପାର୍ଟି(ଏଏପି)ର ଉତ୍ତର ପ୍ରଦେଶ ପ୍ରଭାରୀ ତଥା ରାଜ୍ୟସଭା ଏମ୍‌ପି ସଞ୍ଜୟ ସିଂ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ଏହାସହ ୟୁପି ବିଧାନସଭା ନିର୍ବାଚନକୁ ନେଇ ସଞ୍ଜୟ ବଡ ବୟାନ ଦେଇଛନ୍ତି । ସେ ନାମ ନ ନେଇ କଂଗ୍ରେସ, ବିଏସ୍‌ପି, ଏସ୍‌ପି, ଭାଜପା ଉପରେ ଖୁବ୍ ବର୍ଷିଛନ୍ତି ।
ସଞ୍ଜୟ ଘୋଷଣା କରିଛନ୍ତି କି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଏଏପି କୌଣସି ଦଳ ସହ ମେଣ୍ଟ ନ କରି ନିଜ ଶକ୍ତିରେ ନିଜେ ଏକେଲା ଲଢିବ । ଏହାସହ ସେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରି କହିଛନ୍ତି ଭାଜପା ନିକଟରେ ଧନବଳ ରହିଛି ହେଲେ ଜନବଳ ନୁହେଁ । କିନ୍ତୁ ଏଏପି ନିକଟରେ ଜନବଳ ଅଛି ଧନବଳ ନୁହେଁ । ଏଥର ନିର୍ବାଚନରେ ଏଏପି ୪୦୩ ଆସନରେ ପ୍ରାର୍ଥୀ ଦେବ ବୋଲି ସଞ୍ଜୟ କହିଛନ୍ତି । ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ୪୦୩ ବିଧାନସଭା ଆସନ ଲାଗି ୧୦ ଫେବୃୟାରୀରୁ ୭ ମାର୍ଚ୍ଚ ମଧ୍ୟରେ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

Share