Categories: ଜାତୀୟ

ଗୁଜରାଟ ନିର୍ବାଚନରେ ସମସ୍ତ ଶକ୍ତି ଲଗାଇବ ଏଏପି: ସିସୋଡିଆ

ନୂଆଦିଲ୍ଲୀ,୪ ।୬: ଚଳିତ ବର୍ଷ ଗୁଜରାଟ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି(ଏଏପି) ସମସ୍ତ ଶକ୍ତି ଲାଗଇବ । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟି(ଏଏପି)ର ବରିଷ୍ଠ ନେତା ମନିଷ ସିସୋଡିଆ ବଡୋଦରାରେ ଏହି କଥା କହିଛନ୍ତି । ସିସୋଡିଆ କହିଛନ୍ତି ଗୁଜରାଟର ସମସ୍ତ ଆସନରେ ଏଏପି ପ୍ରାର୍ଥୀ ଦେବ । କୁହାଯାଉଛି କି ଏପର୍ଯ୍ୟନ୍ତ ଗୁଜରାଟ ଲୋକଙ୍କ ପାଖରେ ବିକଳ୍ପ ନ ଥିଲା ଏବେ କିନ୍ତୁ ବିକଳ୍ପ ମିଳିଯାଇଛି । ତେଣୁ ଏବେ ଗୁଜରାଟବାସୀ ସ୍ଥିର କରିବେ କିଏ କରିବ ଶାସନ । ଏବେ ଏଏପି ଜନତାଙ୍କ ସମସ୍ୟାକୁ ନେଇ ନିର୍ବାଚନ ଲଢିବା ସହ ବିକାଶ ଉପରେ ଗୁରୁତ୍ୱ ଦେବ ବୋଲି ସିସୋଡିଆ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଗୁଜରାଟ ଲୋକ ଏବେ ଶିକ୍ଷା, ସ୍ୱାସ୍ଥ୍ୟ ଓ ବିକାଶ ନାମରେ ଭୋଟ ଦେବେ ।
ଦିଲ୍ଲୀରେ ଯେମିତି ସମସ୍ତ ବ୍ୟବସ୍ଥାରେ ସୁଧାର ଆସିଛି ଠିକ୍ ସେହିପରି ଗୁଜରାଟରେ ବି ସୁଧାର ଆଣିବ ଏଏପି ବୋଲି ସିସୋଡିଆ କହିଛନ୍ତି ।

Share