ଅହମ୍ମଦାବାଦ,୧୩।୧୧: ଗୁଜରାଟ ବିଧାନସଭା ନିର୍ବଚନରେ ଆମ ଆଦମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଇସୁଦାନ ଗଢଭୀ ଜାମ ଖମ୍ବଲିଆରୁ ଲଢିବେ। ଏନେଇ ଏଏପି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ସେ ଟୁଇଟ୍ ଯୋଗେ କହିଛନ୍ତି, ଚାଷୀ, ବେରୋଜଗାରୀ ଯୁବକ, ମହିଳା, ବ୍ୟବସାୟୀଙ୍କ ପାଇଁ ବର୍ଷ ବର୍ଷ ଧରି ସ୍ବର ଉତ୍ତୋଳନ କରିଆସୁଥିବା ଇସୁଦାନ ଗଢଭୀ ଜାମଖମ୍ବଲିଆରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ଭଗବାନ କୃଷ୍ଣଙ୍କ ପବିତ୍ର ଭୂମିରୁ ଗୁଜରାଟ ଜଣେ ନୂତନ ତଥା ଭଲ ମୁଖ୍ୟମନ୍ତ୍ରୀ ପାଇବ।
ସୂଚନାଯୋଗ୍ୟ, ୧୮୨ ସଦସ୍ୟ ବିଶିଷ୍ଟ ଗୁଜରାଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପାଇଁ ଏଏପି ଏପର୍ଯ୍ୟନ୍ତ ୧୭୬ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।