ମୁମ୍ବାଇ: ବଲିଉଡରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିବା ଆମୀର ଖାନ୍ କୌଣସି ପୁରସ୍କାର ଉତ୍ସବରେ ଭାଗ ନିଅନ୍ତି ନାହିଁ। କାରଣ ୩୧ ବର୍ଷ ତଳେ ତାଙ୍କ ସହ ଏମିତି କିଛି ଘଟିଥିଲା, ଯାହା ପରେ ସେ କୌଣସି ପୁରସ୍କାର ଉତ୍ସବକୁ ଯୋଗଦେବେ ନାହିଁ ବୋଲି ସେ ଶପଥ ନେଇଥିଲେ।
୧୯୯୨ରେ ଆମୀରଙ୍କ ଫିଲ୍ମ ‘ଯୋ ଜିତା ଓ୍ବହି ସିକନ୍ଦର’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଏହି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଆମୀର ଖାନ। ଏହି ଫିଲ୍ମ ନିର୍ମାଣ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିସହିତ ଏହି ଫିଲ୍ମରୁ ୬.୬୦କୋଟି ସଂଗ୍ରହ କରାଯାଇଥିଲା। ସମାଲୋଚକମାନେ ବି ଏହି ଫଲ୍ମରେ ଆମୀରଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ତେଣୁ ସେ ଶ୍ରେଷ୍ଠ ଅଭିନେତା ଆଖ୍ୟା ପାଇବେ ବୋଲି ଆଶାବାଦୀ ଥିଲେ। ମାତ୍ର ଆମୀରଙ୍କୁ ପୁରସ୍କାର ମିଳି ନ ଥିଲା। ସେହିଦିନଠାରୁ ସେ କୌଣସି ପୁରସ୍କାର ଉତ୍ସବରେ ଯୋଗଦେବେନି ବୋଲି ଶପଥ ନେଇଥିଲେ।