କୌଣସି ପୁରସ୍କାର ଉତ୍ସବରେ ଯୋଗ ଦିଅନ୍ତିନି ଅମୀର, କାରଣ…

ମୁମ୍ବାଇ: ବଲିଉଡ୍‌ରେ ଗୋଟିଏ କିମ୍ବା ଦୁଇଟି ନୁହେଁ, ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିବା ମିଷ୍ଟର ପର୍‌ଫେକ୍ଟନିଷ୍ଟ ଅମୀର ଖାନ୍‌ କୌଣସି ପୁରସ୍କାର ଉତ୍ସବରେ ଭାଗ ନିଅନ୍ତି ନାହିଁ। କାରଣ ୩୧ ବର୍ଷ ପୂର୍ବେ ତାଙ୍କ ସହ ଏମିତି କିଛି ଘଟିଥିଲା, ଯାହା ପରେ ସେ କୌଣସି ପୁରସ୍କାର କାର୍ଯ୍ୟକୁ ଯିବେ ନାହିଁ ବୋଲି ଶପଥ ନେଇଥିଲେ। ତେବେ ଏହା କାହିଁକି ହେଲା ଜାଣନ୍ତୁ ଏ ସମ୍ପର୍କରେ…

କାରଣ ହେଉଛି ୧୯୯୨ରେ ଅନିଲ କପୁର ଏବଂ ଡିମ୍ପଲ କାପାଡିଆଙ୍କ ଏକ ବ୍ଲକବଷ୍ଟର ଫିଲ୍ମ ଏବଂ ଅମୀରଙ୍କର ଫିଲ୍ମ ମୁକ୍ତିଲାଭ କରିଥିଲା। ଏହି ଦୁଇଟି ଫିଲ୍ମ ବକ୍ସ ଅଫିସରେ ଜବରଦସ୍ତ ହୋଇଥିଲା। କିନ୍ତୁ ଫିଲ୍ମ ରିଲିଜ ହେବା ପରେ ଏପରି କିଛି ଘଟିଥିଲା, ଯାହା ଅମୀରଙ୍କୁ ଆଘାତ ଦେଇଥିଲା। ତେଣୁ ସେ ସେବେଠାରୁ ପୁରସ୍କାର କାର୍ଯ୍ୟକୁ ଯିବାକୁ ମନା କରିଦେଇଥିଲେ।

ଅନିଲ କପୁର, ମାଧୁରୀ ଦୀକ୍ଷିତ, ଅରୁଣା ଇରାନୀ, ଅନୁପମ ଖେର୍‌ଙ୍କ ପରି ଭେଟେରାନ ଅଭିନେତାଙ୍କ ଅଭିନୀତ ଏକ ଫିଲ୍ମ ବଡ଼ ପରଦାରେ ଆସିଥିଲା ଯାହାର ନାମ ‘ବେଟା’ ଥିଲା। ଇନ୍ଦ୍ର କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବେଟା’ ରିଲିଜ ହୋଇ ପରଦାକୁ ଆସିଥିଲା। ନିର୍ମାତାମାନେ ଏହି ଫିଲ୍ମ ନିର୍ମାଣରେ ୩ କୋଟି ଟଙ୍କା ବିନିଯୋଗ କରିଥିଲେ ଏବଂ ଫିଲ୍ମଟି ବମ୍ପର ରୋଜଗାର କରିଥିଲା। ଏହି ଫିଲ୍ମ ସେତେବେଳେ ୨୪ କୋଟି ଟଙ୍କା ସଂଗ୍ରହ କରିଥିଲା। ରୋଜଗାର ସହିତ ଏହି ଫିଲ୍ମକୁ ଅନେକ ବଡ଼ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେହିବର୍ଷ ଆୟୋଜିତ ହୋଇଥିବା ଫିଲ୍ମଫେୟାର ପୁରସ୍କାରରେ ଏହା ପାଞ୍ଚଟି ପୁରସ୍କାର ଜିତିଥିଲା।

୧୯୯୨ରେ ଅମୀରଙ୍କ ଫିଲ୍ମ ‘ଯୋ ଜିତା ଓ୍ବହି ସିକନ୍ଦର’ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିଥିଲା। ଏହି ହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ମନ୍‌ଶୂର ଖାନ। ଏହି ଫିଲ୍ମ ନିର୍ମାଣ ପାଇଁ ୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିସହିତ ଏହି ଫିଲ୍ମରୁ ବିଶ୍ୱରେ ୬.୬୦କୋଟି ସଂଗ୍ରହ କରାଯାଇଥିଲା। ସମାଲୋଚକମାନେ ବି ଏହି ଫଲ୍ମରେ ଅମୀରଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ତେଣୁ ସେ ଶ୍ରେଷ୍ଠ ଅଭିନେତା ଆଖ୍ୟା ପାଇବେ ବୋଲି ଆଶାବାଦୀ ଥିଲେ। ମାତ୍ର ଅମୀରଙ୍କୁ ପୁରସ୍କାର ମିଳି ନ ଥିଲା। ସେହିଦିନଠାରୁ ସେ କୌଣସି ପୁରସ୍କାର ଉତ୍ସବରେ ଯୋଗଦେବେନି ବୋଲି ଶପଥ ନେଇଛନ୍ତି।

Share