ବିପର୍ଯ୍ୟସ୍ତଙ୍କୁ ସହାୟତାର ହାତ ବଢ଼ାଇଲେ ଆମୀର

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆମୀର ଖାନ୍‌ କିଛି ସମୟ ଧରି ପରଦାରୁ ଦୂରରେ ଅଛନ୍ତି। କୁହାଯାଉଛି ସେ ଏବଂ ନିଜ ପରିବାର ଓ ପିଲାଙ୍କ ସହ ସମୟ ବିତାଉଛନ୍ତି। ଏଥିସହ ସେ ଝିଅର ବିବାହ ପାଇଁ ମଧ୍ୟ ବ୍ୟସ୍ତ ରହିଛନ୍ତି। ଏସବୁ ବ୍ୟସ୍ତତା ମଧ୍ୟରେ ଆମୀର ହିମାଚଳ ପ୍ରଦେଶର ବନ୍ୟା ବିପର୍ଯ୍ୟସ୍ତ ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। କିଛିଦିନ ତଳେ ହିମାଚଳପ୍ରଦେଶରେ ବାଦଲ ଫଟୋ ବର୍ଷା ହୋଇଥିଲା। ଫଳରେ ଭୂସ୍ଖଳନ ହୋଇ ବହୁ କୋଠା ଭାଙ୍ଗିଯାଇ ମାଟିରେ ମିଶିଯାଇଛି। ଏବେ ସେଠାରେ ବନ୍ୟା ବିପର୍ଯ୍ୟୟ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେଠାକାର ଲୋକଙ୍କୁ ସହାୟତା ଯୋଗାଇଦେବାକୁ ଅନେକ ଲୋକ ହାତ ବଢ଼ାଉଥିବାବେଳେ ଏଥିରେ ଆମୀର ମଧ୍ୟ ସାମିଲ ହୋଇଛନ୍ତି। ସେ ହିମାଚଳବାସୀଙ୍କୁ ୨୫ ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ତି। ବିପର୍ଯ୍ୟୟ ପାଣ୍ଠିରେ ଆମୀରଙ୍କ ଏହି ସାହାଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।

Share