ଫିଲ୍ମରୁ ଦୂରେଇ ଯିବେ ମିଷ୍ଟର ପରଫେକ୍ସନିଷ୍ଟ

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାଁ ନିଜ ପର୍ସନାଲ ଓ ପ୍ରଫେସନାଲ ଲାଇଫକୁ ନେଇ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ । ଫିଲ୍ମରେ ତାଙ୍କର ପରଫେକ୍ଟ ଆକ୍ସନ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଥାଏ । ଆଉ ଏଇଥିପାଇଁ ତାଙ୍କୁ ଖୁବ୍ ପ୍ରଶଂସା କରିଥାଆନ୍ତି ଦର୍ଶକେ । ହେଲେ ନିକଟରେ ସେ ଏମିତି ଏକ କଥା କହିଛନ୍ତି ଯାହା ସମସ୍ତଙ୍କୁ ଚମକାଇ ଦେଇଛି । ଏବେ ଆମିର ଫିଲ୍ମରୁ ଦୂରେଇ ଯିବା କଥା ଚିନ୍ତା କରିଥିବା କହିଛନ୍ତି । ଏହା ଜାଣିବା ପରେ ଏହା ପଛର କାରଣ ଜାଣିବାକୁ ତାଙ୍କ ପ୍ରଶଂସକମାନେ ବିଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇଛନ୍ତି ।
ସୂଚନାଯୋଗ୍ୟ, ନିକଟରେ ଆମିର ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମୟରେ ସେ କହିଥିଲେ ମୁଁ ‘ଲାଲ ସିଂ ଚଢା’ ପରେ ‘ଚାମ୍ପିୟଂସ’ ନାମକ ଏକ ଫିଲ୍ମରେ କାମ କରିବାର ଥିଲା । ଏହାର ସ୍କ୍ରିପ୍ଟ ଏତେ ସୁନ୍ଦର ଥିଲା ଯେ ଦର୍ଶକଙ୍କ ମନକୁ ଛୁଇଁ ଯାଇ ଥାଆନ୍ତା । ହେଲେ ଏବେ ମୁଁ ଫିଲ୍ମରୁ ବ୍ରେକ୍ ନେବା ଠିକ୍ ଭାବୁଛି । କାରଣ ଏବେ ସମୟ ମୁଁ ମୋ ପରିବାର ସହ କିଛି ସମୟ କାଟିବାର । ମୋ ମା’ ମୋ ପିଲାମାନଙ୍କ ସହ ସମୟ କାଟିବାକୁ ଚାହୁଁଛି, ତେଣୁ ଫିଲ୍ମରୁ ବ୍ରେକ୍ ନେବାକୁ ଚାହୁଁଛି ବୋଲି ଆମିର କହିଛନ୍ତି ।
ଆମିର କହିଛନ୍ତି, ମୁଁ ୩୫ ବର୍ଷ ହେବ କାମ କରୁଛି । ହେଲେ ନିଜର ଲୋକଙ୍କ ପାଇଁ ସମୟ ଦେଇ ପାରିନାହିଁ । ଏବେ ସଠିକ୍ ସମୟ । ମୋତେ ଲାଗୁଛି ଏବେ ମୋ ପାଖରେ ଥିବା ଲୋକଙ୍କୁ ସମୟ ଦେବାକୁ ପଡିବ । ଯଦିଓ ଆମିର ଫିଲ୍ମରୁ ବ୍ରେକ୍ ନେବା କଥା ଘୋଷଣା କରିଛନ୍ତି କିନ୍ତୁ ସେ କାଜଲଙ୍କ ସହ ମୁଭି ‘ସଲାମ ଭେଙ୍କି’ରେ ନଜର ଆସିବେ । ଏହା ଡିସେମ୍ବର୯, ୨୦୨୨ରେ ରିଲିଜ୍ ହେବ ।

Share