କ୍ଷମା ମାଗିଲେ ଅମିର ଖାନ୍‌

ବଲିଉଡ୍‌ ଅଭିନେତା ଅମିର ଖାନ ଏବେ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ କୁଆଡେ ତୃତୀୟ ବିବାହ କରିବେ ବୋଲି କୁହାଯାଇଛି। ଏହା ମଧ୍ୟରେ ପ୍ରଶଂସକମାନେ ଅମିରଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ ରିଲିଜକୁ ଅପେକ୍ଷା କରି ରହିଛନ୍ତି। ଫିଲ୍ମ ରିଲିଜ୍‌ ପୂର୍ବରୁ ସେ କ୍ଷମା ମାଗିଛନ୍ତି। କାରଣ ଅମିର ଅଭିନୀତଙ୍କ ଏହି ଫିଲ୍ମ ୧୪ ଏପ୍ରିଲ ୨୦୨୨ ରେ ମୁକ୍ତିଲାଭ କରୁଛି। କୌତୁହଳର ବିଷୟ, ଅମିରଙ୍କ ଏହି ଫିଲ୍ମ ସହିତ ଅଭିନେତା ୟଶଙ୍କ ଫିଲ୍ମ ‘କେଜିଏଫ ୨’ ମଧ୍ୟ ରିଲିଜ ହେଉଛି। ଏହି ବକ୍ସ ଅଫିସ ସଂଘର୍ଷରେ କିଏ ଜିତିବ ତାହା କେବଳ ସମୟ କହିବ, କିନ୍ତୁ ଏହି ସଂଘର୍ଷ ପୂର୍ବରୁ ସେ ‘କେଜିଏଫ ୨’ ନିର୍ମାତାଙ୍କୁ କ୍ଷମା ମାଗିଛନ୍ତି। ଏକ ସାକ୍ଷାତକାରରେ ଅମିର କହିଛନ୍ତି ଯେ ଫିଲ୍ମର ଭିଜୁଆଲ ଇଫେକ୍ଟ ଯୋଗୁ ରିଲିଜ ବିଳମ୍ବ ହେଉଛି। ଯେତେବେଳେ ‘ଲାଲ ସିଂ ଚାଧବ’ର ରିଲିଜ ତାରିଖ ସ୍ଥିର କରୁଥିଲେ, ସେତେବେଳେ ସେ କେଜିଏଫ ୨’ର ନିର୍ମାତା, ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ନିକଟରେ ଅନେକ ଥର କ୍ଷମା ମାଗିଥିଲେ। ସେ ତାଙ୍କ ଫିଲ୍ମ ରିଲିଜ ହେବାର କାରଣ ମଧ୍ୟ ବୁଝାଇଥିଲେ।

Share