ପ୍ରଯୋଜନା କରିବେ ଆମିର

ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କୁ ଲାଲ ସିଂ ଚଢା ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ମୁଭି ପରେ ଆମିର ଅଭିନୟରୁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲେ। ଅଭିନୟରୁ ବିରତି ନେବା ପରେ ସେ ତାଙ୍କ ପରିବାର ଏବଂ ପିଲାମାନଙ୍କ ସହିତ ସମୟ ବିତାଉଛନ୍ତି। ଯଦିଓ ତାଙ୍କୁ ଅନେକ ସାଧାରଣ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି, ଯେଉଁଠାରେ ପ୍ରଶଂସକମାନେ ତାଙ୍କୁ ଦେଖି ବହୁତ ଖୁସି ହେଉଛନ୍ତି। କିନ୍ତୁ ପ୍ରଶଂସକମାନେ ଆମିରଙ୍କ ପରବର୍ତ୍ତୀ ପ୍ରୋଜେକ୍ଟ ଘୋଷଣାକୁ ଅପେକ୍ଷା କରିଛନ୍ତି। ଏହାକୁ ନେଇ ବର୍ତ୍ତମାନ ସେ ଏକ ଇଭେଣ୍ଟରେ ନୀରବତା ଭାଙ୍ଗିଛନ୍ତି।
ସୋମବାର ବୁକ ଇଭେଣ୍ଟରେ ଆମିର ଖାଁ ତାଙ୍କ ପରିବାର ସହିତ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କର ପୂର୍ବତନ ପତ୍ନୀ କିରଣ ରାଓ ଏବଂ ରିନା ପହଞ୍ଚିଥିଲେ। ଦୁହେଁ ଏକାଠି ପୋଜ ମଧ୍ୟ ଦେଇଥିଲେ। ଏହି ସମୟରେ ଆମିର ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ବିଷୟରେ କଥାହୋଇଛନ୍ତି।

ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି – ମୁଁ ବର୍ତ୍ତମାନ ମୋ ଜୀବନକୁ ବହୁତ ଉପଭୋଗ କରୁଛି। ମୁଁ ମୋ ପିଲାମାନଙ୍କ ସହିତ ସମୟ ବିତାଉଛି, ମୁଁ ମୋ ମା ସହିତ ଘରେ ଅଛି ଏବଂ ମୁଁ ପ୍ରଡକଶନ ହାଉସ ପ୍ରତି ମଧ୍ୟ ଧ୍ୟାନ ଦେଉଛି। ମୁଭି ନିର୍ମାଣ ପୂର୍ବରୁ ମୁଁ ବହୁତ କମ ଚଳଚ୍ଚିତ୍ର ନିର୍ମାଣ କରୁଥିଲି କିନ୍ତୁ ବର୍ତ୍ତମାନ ଆମେ ଅଧିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ବା ପ୍ରଯୋଜନା କରିବାକୁ ଚିନ୍ତା କରୁଛ।

Share