ନିୟମ ଭାଙ୍ଗିଲେ ଅମିର

ବଲିଉଡ୍‌ ଅଭିନେତା ଅମିର ଖାନ ଏବେ ଆଗାମୀ ଫିଲ୍ମ ଲାଲ ସିଂ ଚଢାର ଶୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବେ ସେ ଉତ୍ତରପ୍ରଦେଶର ଗାଜିଆବାଦରେ ଫିଲ୍ମର କିଛି ଦୃଶ୍ୟର ଶୁଟିଂ କରୁଥିଲେ। ସେଠାରେ ଅମିର ଥିବା ଖବର ପାଇ ପ୍ରଶଂସକମାନେ ତାଙ୍କୁ ଭେଟିବାକୁ ଆସିଥିଲେ। ପ୍ରଶଂସକଙ୍କ ସହ ଅମିର ଫଟୋ ଉଠାଇଥିଲେ। ଏହି ସମୟରେ ସେ ମାସ୍କ ପିନ୍ଧି ନ ଥିଲେ କି ପ୍ରଶଂସକମାନେ ମଧ୍ୟ ମାସ୍କ ପିନ୍ଧି ନ ଥିଲେ। କରୋନା ମହାମାରୀ ସମୟରେ ଏହା ଏକ ପ୍ରମୁଖ ଉଲ୍ଲଂଘନ। ଏଥିରେ ଲୋନିର ଭାଜପା ବିଧାୟକ ନନ୍ଦ କିଶୋର ଗୁର୍ଜର ରାଗିଯାଇ ଅମିର ନାଁରେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବରୁ ଅମିର ଫିଲ୍ମ ଲାଲ ସିଂ ଚଢା ଶୁଟିଂ ସମୟରେ ଆହତ ହୋଇଥିଲେ। ସେ ଏକ ଆକ୍ସନ ଦୃଶ୍ୟ ପାଇଁ ଶୁଟିଂ କରୁଥିବା ସମୟରେ ସେ ଆହତ ହୋଇଥିଲେ। ତାଙ୍କ ପାଟିରେ ଆଘାତ ଲାଗିଥିଲା। ଆହତ ହେବା ସତ୍ତ୍ୱେ ସେ ଫିଲ୍ମର ଶୁଟିଂ ବନ୍ଦ କରି ନ ଥିଲେ। ଆସନ୍ତା ବର୍ଷ ଖ୍ରୀଷ୍ଟମାସରେ ଫିଲ୍ମ ଲାଲ ସିଂ ଚଢା ମୁକ୍ତିଲାଭ କରିବାକୁ ଯାଉଛନ୍ତି।

Share