ଆମିର ଖାଁ କରୋନା ପଜିଟିଭ୍‌

ମୁମ୍ବାଇ,୨୪।୩: ବଲିଉଡ୍‌ ଅଭିନେତା ଆମିର ଖାଁଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଏହାପରେ ଆମିର ନିଜକୁ ଘରେ ସେଲଫ୍‌ କ୍ୱାରାଣ୍ଟାଇନ୍‌ରେ ରଖିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା ଲୋକେ ନିଜର ନମୁନା ପରୀକ୍ଷା କରାଇନେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଆମିର ଘରେ ରହିଥିବାରୁ ତାଙ୍କର ଫିଲ୍ମ ଲାଲ୍‌ ସିଂ ଚଢ଼ାର ଶୁଟିଂକୁ ବାଧ୍ୟ ହୋଇ ବନ୍ଦ କରାଯାଇଛି। ଏନେଇ ଆମିରଙ୍କ ପ୍ରବକ୍ତା ସୂଚନା ଦେଇଛନ୍ତି। ଆମିର ସୁସ୍ଥ ହେବା ପରେ ପୁଣି ଶୁଟିଂ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Share