ସମସ୍ତଙ୍କ ସାମ୍ନାରେ ପ୍ରେମିକଙ୍କୁ ଚୁମ୍ବନ ଦେଲେ ଅମୀରଙ୍କ ଝିଅ

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ଟନିଷ୍ଟ ତଥା ସୁପରଷ୍ଟାର ଅମୀର ଖାନଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଇରା ତାଙ୍କ ପ୍ରେମିକ ନୁପୂର ଶିଖରଙ୍କୁ ସମସ୍ତଙ୍କ ସାମ୍ନାରେ ଚୁମ୍ବନ ଦେଇ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଇରା ନିଜେ ବିଶ୍ୱାସ କରି ନ ଥିଲେ ଯେ, ନୁପୂର ମଧ୍ୟ ତାଙ୍କୁ ଏହିପରି ପ୍ରସ୍ତାବ ଦେଇପାରନ୍ତି। ଉଭୟଙ୍କର କିଛି ଫଟୋ ସାମ୍ନାକୁ ଆସିଛି। ଫଟୋରେ ଉଭୟେ ଖୁବ୍‌ ରୋମାଣ୍ଟିକ୍‌ ଦିଶୁଛନ୍ତି।

ଲୁକ୍‌ ବିଷୟରେ କହିବାକୁ ଗଲେ ଉଭୟ କାଜୁଆଲ ଡ୍ରେସରେ ଖୁବ୍‌ ଭଲ ଦେଖାଯାଉଛନ୍ତି। ପ୍ରଥମ ଫଟୋରେ ଉଭୟ ନୁପୂର ଏବଂ ଇରା ପରସ୍ପରର ହାତ ଧରିଥିବାର ନଜର ଆସିଛନ୍ତି। ଦ୍ୱିତୀୟ ଫଟୋରେ ଇରା ନୁପୂରଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି। ଉଭୟଙ୍କ ଏହି ରୋମାଣ୍ଟିକ ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। ଏହା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଉଭୟଙ୍କ ଏପରି ଫଟୋ ବି ସାମ୍ନାକୁ ଆସିଛି।

ନୁପୂର ୧୭ ଅକ୍ଟୋବର ୧୯୮୫ରେ ପୁଣେରେ ଜନ୍ମଗ୍ରହଣ କରିଥିଲେ। ଏସ୍‌ଡି କଟାରିଆ ହାଇସ୍କୁଲରୁ ପାଠପଢ଼ା ସମାପ୍ତ କରିବା ପରେ ଆର୍‌ଏ ପୋଡାର କଲେଜ ଅଫ୍‌ କମର୍ସ ଆଣ୍ଡ୍‌ ଇକୋନୋମିକ୍ସରୁ ସ୍ନାତକ ହାସଲ କରିଥିଲେ। ସେ ଜଣେ ସେଲିବ୍ରିଟି ଫିଟନେସ୍‌ ପ୍ରଶିକ୍ଷକ। ଇରାଙ୍କୁ ମଧ୍ୟ ସେ ତାଲିମ ଦେଉଥିଲେ। ଏହି ସମୟରେ ଉଭୟେ ପ୍ରେମରେ ପଡ଼ିଥିଲେ।

Share