ନୂଆଦିଲ୍ଲୀ, ୧୦।୮: ଗତ ରବିବାର ବଲିଉଡର ଭେଟେରାନ ଅଭିନେତା ଅନୁପମ ଶ୍ୟାମଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ଭାଇ ଅନୁରାଗ ଶ୍ୟାମ ଅଭିନେତା ଅମିର ଖାନଙ୍କ ଉପରେ ଆଣିଛନ୍ତି ଗୁରୁତର ଅଭିଯୋଗ। ପ୍ରତାପଗଡ଼ରେ ଡାଇଲିସିସି କେନ୍ଦ୍ର ନିର୍ମାଣ କରିବାକୁ ଅମିର ଆଶ୍ୱାସନା ଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ଫୋନ ଉଠାଇ ନ ଥିଲେ।
ଉତ୍ତର ପ୍ରଦେଶର ପ୍ରତାପଗଡ଼ରେ ଡାଇଲିସିସ ସେଣ୍ଟର ନ ଥିବାରୁ ଅନୁପମ ଘରକୁ ଯାଇ ପାରୁ ନ ଥିଲେ। ଗତ ମାସରେ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଥିଲା। ସ୍ବାସ୍ଥ୍ୟ ସମସ୍ୟା କାରଣରୁ ମା’ଙ୍କ ଅନ୍ତେଷ୍ଟି କ୍ରିୟାରେ ମଧ୍ୟ ଯୋଗ ସେ ଦେଇ ପାରି ନ ଥିଲେ। ସହରରେ ଡ୍ରାଇଲିସିସ ସେଣ୍ଟର ନିର୍ମାଣ କରିବା ପାଇଁ ଅନୁପମ, ଅମିର ଖାନଙ୍କୁ ଅନୁରୋଧ କରିଥିଲେ ବୋଲି ଏକ ସାକ୍ଷାତ୍କାରରେ ଅନୁରାଗ କହିଛନ୍ତି।
ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ତାଙ୍କୁ ଭେଣ୍ଟିଲେଟର ବାହାରକୁ ଅଣାଯାଇଥିଲା। କିନ୍ତୁ ହଠାତ୍ ବ୍ଲଡ୍ ସୁଗାର ହ୍ରାସ ପାଇବାରୁ ବିଗିଡ଼ି ଯାଇଥିଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା। ଫଳରେ ବିଭିନ୍ନ ଅଙ୍ଗ ଅଚଳ ହେବା କାରଣରୁ ଅନୁପମଙ୍କ ମୃତ୍ୟୁ ଘଟଥିଲା।