୧୨ ଦିନ ଗାଧୋଇ ନ ଥିଲେ ଅମିର ଖାଁ, କାରଣ ଜାଣିଲେ…

ବଲିଉଡର କଳାକାରମାନେ ସେମାନଙ୍କ ଚରିତ୍ରକୁ ସଫଳ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଏଥିମଧ୍ୟରୁ ଅମିର ଖାଁ ଅନ୍ୟତମ। ‘ଥ୍ରି ଇଡିଅଟ୍ସ’, ‘ଦଙ୍ଗଲ’ ଭଳି ଅନେକ ସୁପରହିଟ୍‌ ଫିଲ୍ମରେ ସେ କାମ କରିଛନ୍ତି। ଫିଲ୍ମ ‘ଗୁଲାମ’ର ଏକ ଦୃଶ୍ୟକୁ ସମ୍ପୂର୍ଣ୍ଣ ରୂପେ ସୁପରହିଟ୍‌ କରିବା ପାଇଁ ନିଜ ଜୀବନକୁ ସେ ବାଜି ଲଗାଇଥିଲେ।
ମାତ୍ର ସେ ଏକ ଫିଲ୍ମ ପାଇଁ ୧୨ ଦିନ ଗାଧୋଇ ନ ଥିଲେ। ଗୁଲାମ ଫିଲ୍ମର କ୍ଲାଇମାକ୍ସ ସିନ୍‌ ୧୦ ରୁ ୧୨ ଦିନ ମଧ୍ୟରେ ସୁଟିଂ କରାଯାଇଥିଲା। ଏହା ଏକ ଫାଇଟ୍‌ ସିନ୍‌ ଥିଲା। ଯେଉଁଥିରେ ଆମିରଙ୍କୁ ଖଳନାୟକ ବହୁତ ମାଡ ମାରିଥିଲେ। ଯେଉଁଥିପାଇଁ ଅମିରଙ୍କ ମୁହଁରେ ବହୁ ରକ୍ତ ଓ ମଇଳା ଲାଗିଥିଲା। ଫିଲ୍ମର କ୍ଲାଇମେକ୍ସ ସମାପ୍ତ ନ ହେବା ପର୍ଯ୍ୟନ୍ତ ୧୨ ଦିନ ସେ ଗାଧୋଇ ନ ଥିଲେ। ପରେ ଏହି ଦୃଶ୍ୟ ହିଟ୍‌ ହେଇଥିଲା।

Share