ପୂର୍ବପତ୍ନୀ ରିନାଙ୍କ ସହ ସମୟ ବିତାଉଛନ୍ତି ଆମିର, ଲୋକେ ଉଡାଇଲେ ମଜା…

ବମ୍ବେ: ବଲିଉଡ ଅଭିନେତା ଆମିର ଖାନ୍‌ ନିଜର ବିବାହ ଏବଂ ପ୍ରେମସମ୍ପର୍କକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଆମିରଙ୍କ ଦୁଇଟି ବିବାହ ଭାଙ୍ଗିଛି। ପ୍ରଥମ ପତ୍ନୀ ରିନା ଦତ୍ତାଙ୍କଠାରୁ ଅଲଗା ହେବା ପରେ ଆମିର କିରଣ ରାଓଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ହେଲେ କିଛି ମାସ ପୂର୍ବେ ଦୁହେଁ ଅଲଗା ହୋଇଛନ୍ତି। ଏବେ ଆମିର ଫାତିମା ସନା ଶେଖଙ୍କ ପ୍ରେମରେ ପଡ଼ିଥିବା କୁହାଯାଉଛି। ହେଲେ ଏସବୁ ଚର୍ଚ୍ଚା ମଧ୍ୟରେ ଆମିର ପ୍ରଥମ ପତ୍ନୀ ରିନାଙ୍କ ସହ ସମୟ ବିତାଉଥିବା ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେବା ପରେ ଅଭିନେତାଙ୍କୁ ଟ୍ରୋଲ କରାଯାଉଛି।

ରିନାଙ୍କ ସହ ଆମିରଙ୍କ ସମ୍ପର୍କ ସୁଧୁରୁଛି। କାରଣ ଅଭିନେତା ନିଜର ଅଧିକାଂଶ ସମୟ ପରିବାର ସହ ବିତାଉଛନ୍ତି। ନିକଟରେ ରିନାଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ନଜର ଆସିବା ପରେ ଲୋକେ ତାଙ୍କର ମଜା ଉଡାଉଛନ୍ତି। ଲୋକେ ଆଗକୁ ବଢ଼ନ୍ତି। ହେଲେ ନିଜ ଜୀବନରେ ଆମିର ପଛକୁ ଅର୍ଥାତ ରିଭର୍ସ ଗିଅରରେ ଯାଉଛନ୍ତି ବୋଲି ଜଣେ କହିଛନ୍ତି। ସେହିଭଳି ରିନା ଏବେ ତାଙ୍କ ମା’ଙ୍କ ଭଳି ଦେଖାଯାଉଥିବା ମଧ୍ୟ ଅନ୍ୟ ଜଣେ ପ୍ରତିକ୍ରିୟା ଦେଇଛନ୍ତି।

Share