ଭିନ୍ନ ଲୁକ୍ସରେ ନଜର ଆସିଲେ ଆମିର

ମୁମ୍ବାଇ: ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସନ୍ଧ୍ୟାରେ ଅଭିନେତ୍ରୀ କାଜଲଙ୍କ ଅପକମିଂ ଫିଲ୍ମ ‘ସଲାମ ଭେଙ୍କି’ର ସ୍କ୍ରିନିଂ ରଖାଯାଇଥିଲା । ଏହି ସ୍କ୍ରିନିଂରେ ୟୁବରାଜ ସିଂଙ୍କଠାରୁ ନେଇ ହର୍ଷାଳି ମାଲହୋତ୍ରା ଓ ତନିଷା ମୁଖାର୍ଜୀଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ବଲିଉଡ ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାଁଙ୍କ ଲୁକ୍ସ ଧମାକେଦାର ଥିଲା । ଏହି ସ୍କ୍ରିନିଂରେ ଆମିରଙ୍କୁ ଭିନ୍ନ ଲୁକ୍ସ ସହ ଭିନ୍ଦ ଅନ୍ଦାଜରେ ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ପ୍ରଶଂସକ ଏକ୍ସାଇଟେଡ ହୋଇଯାଇଥିଲେ । ଏବେ ଆମିରଙ୍କ ଏହି ଲୁକ୍ସ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିରେ ଆମିର ସମ୍ପୂର୍ଣ୍ଣ ଭାବେ ଡେନିମ ଲୁକ୍ସରେ ନଜର ଆସିଥିଲେ ।
ଆମିର ବ୍ଲାକ ଟି-ସର୍ଟ ସହ ଡେନିମ ଜିନ୍ସ ଓ ଜ୍ୟାକେଟରେ ଡ୍ୟାସିଂ ଲୁକ୍ସରେ ନଜର ଆସିଥିଲେ । ଜ୍ୟାକେଟର ସ୍ଲିଭସକୁ କହୁଣି ପର୍ଯ୍ୟନ୍ତ ଉଠାଇ ରଖିଥିଲେ ମିଷ୍ଟର ପରଫେକ୍‌ସନିଷ୍ଟ । ଏହା ସାଙ୍ଗକୁ ଧଳା ଦାଢି ଓ ନିଶରେ ତାଙ୍କ ଭିନ୍ନ ଲୁକ୍ସ ସମସ୍ତଙ୍କୁ ଆକର୍ଷିତ କରିଥିଲା । ସଲ୍ଟ ଓ ପେପର ଲୁକ୍‌ରେ ଜମି ଯାଉଥିଲେ ଆମିର ।

Share